ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟିସ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୁକୁଟରେ ଲାଗିଥିବା କୋହିନୁର ହୀରା ହେଉଛି ଭାରତର | ଆଉ ହେଉ ହୀରା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କର | ଏହି ହୀରା ଚୋରି ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ କୋହିନୂର ହୀରା ଇଂଲଣ୍ଡର ରାଜପରିବାରଙ୍କ ଅଧୀନରେ ରହିଛି । ଗତ ୮ ତାରିକରେ ରାଣୀଙ୍କ ମୃତ୍ୟୁ ହୋଇଛି । ଆଉ ଏଥିପାଇଁ କୋହିନୂର ତାଙ୍କ ବଧୂ ପ୍ରିନ୍ସ ଚାର୍ଲସଙ୍କ ତୃତୀୟ ପତ୍ନୀ କାମିଲା ପାର୍କର ବୋଲ୍ସଙ୍କ ପାଖକୁ ଆସିଛି । ପ୍ରୀନ୍ସ ଚାର୍ଲସଙ୍କର ରାଜ୍ୟାଭିଷେକ ପରେ ଏବେ କାମିଲା କୋହିନୂର ଖଞ୍ଜା ଯାଇଥିବା ମୁକୁଟକୁ ପିନ୍ଧିଛନ୍ତି । ଏହି ହୀରା ପଛରେ ରହିଛି ଭାରତର ଇତିହାସ | ଭାରତର ଗୋଲକୋଣ୍ଡା ଅଞ୍ଚଳ ହେଉଛି କୋହିନୂର ହୀରା |କାକତୀୟ ରାଜବଂଶ ଅମଳରେ କୋଲ୍ଲୁର କୋଇଲା ଖଣି ଖନନ ସମୟରେ ମିଳିଥିଲା। ସେ ସମୟରେ ଏହା ଗୋଟିଏ ରାଜବଂଶରୁ ଆଉ ଗୋଟିଏ ରାଜବଂଶ ହାତକୁ ଯିବାରେ ଲାଗିଥିଲା। ପାରସ୍ୟ ରାଜା ନାଦିର ଶାହ ୧୭୩୯ରେ ଭାରତ ଆକ୍ରମଣ କଲେ ସେ ଏହାକୁ ‘ଆଲୋକର ପାହାଡ଼’ ବୋଲି ନାମକରଣ କରିଥିଲେ। କୁହାଯାଏ- ଏହି ହୀରା ଯାହା ପାଖରେ ରହିବ ସେ ବିଶ୍ବ ଉପରେ ପ୍ରଭୁତ୍ବ ବିସ୍ତାର କରିବ, କିନ୍ତୁ ଏହାର ସମସ୍ତ ଦୁର୍ଭାଗ୍ୟକୁ ବି ଜାଣିବ। ୧୮୪୯ ମସିହାରେ ଇଂରେଜ-ଶିଖ୍ ଯୁଦ୍ଧ ସମୟରେ ବ୍ରିଟିଶ ସେନା ରାଜା ରଣଜିତ ସିଂହଙ୍କ ପୁତ୍ର ଦୁଲଦୀପ ସିଂହଙ୍କୁ ପରାସ୍ତ କଲେ। ୧୧ ବର୍ଷୀୟ ଦୁଲଦୀପ ସିଂହ ସେତେବେଳେ ବାଧ୍ୟ ହୋଇ ଶିଖ୍ ସାମ୍ରାଜ୍ୟ ସହ କୋହିନୂର ହୀରାକୁ ଇଂରେଜଙ୍କୁ ଅର୍ପଣ କଲେ। ଡ. ଲଗିନ ଦୁଲଦୀପଙ୍କୁ ଖ୍ରୀଷ୍ଟିଆନ ହେବାକୁ ବାଧ୍ୟକରିଥିଲେ। ତତ୍କାଳୀନ ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସି ଶିଖ୍ ରାଜକୋଷରୁ କୋହିନୂର ହୀରାକୁ ନେଇଯାଇଥିଲେ। ୧୮୫୪ରେ କୁଲଦୀପ ସିଂହ ଯେତେବେଳେ ରାଣୀ ଭିକ୍ଟୋରିଆଙ୍କୁ ଭେଟିଲେ ସେତେବେଳେ ସେ କୋହିନୂର ହୀରାକୁ ଦେଖିବାର ଇଚ୍ଛା ପ୍ରକାଶ କରିଥିଲେ। ରାଣୀଙ୍କ ଆଦେଶରେ ହୀରାକୁ ବ୍ରିଟିଶ ରତ୍ନଭଣ୍ଡାରରୁ ଅଣାଗଲା। ଦୁଲଦୀପ ହୀରାକୁ ଜାବୁଡ଼ି ଧରିଲେ ଏବଂ ଝରକା ପାଖକୁ ନେଲେ। ଯେତେବେଳେ ହୀରାଟି ଆଲୋକରେ ଝଲସି ଉଠିଲା ସେ ହାତ ଟେକି କହିଲେ, ରାଣୀମା ଏହା ‘କୋହିନୂର ହୀରା’। ସେତେବେଳେ ଦୁଲଦୀପ ଏହି ହୀରା ରାଣୀଙ୍କୁ ଦାନ କରିଛନ୍ତି ବୋଲି କୁହାଗଲା। ତେବେ ଏହା ଦାନରେ ଦିଆଯାଇ ନ ଥିଲା ବରଂ ଚୋରି କରି ଭାରତରୁ ନିଆଯାଇଥିଲା ବୋଲି କୁହାଯାଉଛି। ଏହି କୋହିନୂର ହିରା ହେଉଛି ମହାପ୍ରଭୁ ଜଗନ୍ନାଥନଙ୍କର | ୧୮୩୦ ମସିହାରେ ଲାହୋର ରାଜା ରଣଜିତ ସିଂ କୋହିନୂର ହିରାକୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାକୁ ଦାନ କରିଥିଲେ । ରଞ୍ଜିତ ସିଂ ସେହି ସମୟରେ ମାନସିକ ରଖି ନିଜେ ପୁରୀ ଆସି କୋହିନୂର ହିରାକୁ ଦାନ କରିଥିଲେ । କାରଣ ରାଜା ରଞ୍ଜିତ ସିଂ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭକ୍ତି କରୁଥିଲେ । ସେଥିପାଇଁ ଜଗନ୍ନାଥଙ୍କ ଉପରେ ଗଭିର ବିଶ୍ୱାସ ମଧ୍ୟ ରହିଥିଲା । ଯେଉଁଥିପାଇଁ ରଞ୍ଜିତ ସିଂ ପ୍ରଥମେ ବଟ ବୃକ୍ଷକୁ ପୂଜା କରି ଜଗନ୍ନାଥଙ୍କୁ କୋହିନୂର ଦାନ କରିଥିଲେ । ଏହା ସ୍ପଷ୍ଟ ଭାବରେ ଏହି ଚିଠିରେ ଲେଖାଯାଇଛି । ଯାହା ପ୍ରମାଣିତ କରୁଛି କୋହିନୂର ହେଉଛି ଭାରତର ଏବଂ ଏହା ଜଗନ୍ନାଥଙ୍କର ସମ୍ପତି ବୋଲି | ହୀରା ଉପରେ ଭାରତର ଅଧିକାର ରହିଛି ଏବଂ ଏହାକୁ ଭାରତକୁ ଫେରାଇ ଆଣିବା ପାଇଁ ଅନେକ ବାର ଚେଷ୍ଟା ମଧ୍ୟ କରାଯାଇଛି । କୋହିନୂର ପୁରୀ ଜଗନ୍ନାଥଙ୍କ ପାଖକୁ ଅଣାଯିବାକୁ ନେଇ ଲଣ୍ଡନର ବଙ୍କିମହମ ପ୍ୟାଲେସ ସହ ଯୋଗାଯୋଗ ମଧ୍ୟ କରାଯାଇଛି । ଏହାକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ । ହେଲେ ଏହାର କୌଣସି ସୁଫଳ ମିଳିପାରିନଥିଲା । ଏହାପରେ ଏହି ମାମଲାକୁ ଆର୍ନ୍ତଜାତୀୟ କୋର୍ଟରେ ଉଠାଯିବ ବୋଲି ଜଗନ୍ନାଥ ସେନା ପକ୍ଷରୁ କହାଯାଇଛି। କୋହିନୁର ହୀରାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଫେରାଇ ଆଣିବାକୁ ଦାବି କରି ଶ୍ରୀଜଗନ୍ନାଥ ସେନା ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନକରିଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……