ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଲିକତା ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଏକମାତ୍ର ଅଭିଯୁକ୍ତଭାବେ ସଞ୍ଜୟ ରାୟକୁ ଗିରଫ କରାଯାଇଛି। ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ସଞ୍ଜୟଙ୍କ ପଲିଗ୍ରାଫ୍ ପରୀକ୍ଷା କରାଯାଇଥିବାବେଳେ ଏହାର ରିପୋର୍ଟ ସାମନାକୁ ଆସିଛି। ସୂଚନାଯୋଗ୍ୟ ଅଗଷ୍ଟ ୧୦ରେ ଗିରଫ ହେବା ସମୟରେ ମହିଳା ଡାକ୍ତରଙ୍କୁ ହତ୍ୟା କରିଥିବା ସଞ୍ଜୟ ସ୍ବୀକାର କରିଥିଲା। ତେବେ ପଲିଗ୍ରାଫ୍ ପରୀକ୍ଷାରେ ସେ ବିପରୀତ ମନ୍ତବ୍ୟ ଦେଇଥିବା ଜଣାପଡିଛି। ସଞ୍ଜୟଙ୍କ କହିବା ଅନୁଯାୟୀ ଆର.ଜି.କର ମେଡିକାଲ କଲେଜ ସେମିନାର ହଲରେ ମହିଳା ଡାକ୍ତରଙ୍କ ମୃତଦେହ ଦେଖିବା ପରେ ସେ ଭୟଭୀତ ହୋଇ ଦୌଡି ପଳାଇଥିଲା। ତେଣୁ ବଳାତ୍କାର କିମ୍ବା ହତ୍ୟା ପଛରେ ତାହାର ହାତ ନଥିବା ସଞ୍ଜୟ କହିଛି। ସେମିନାର ହଲକୁ ପ୍ରବେଶ କରୁଥିବାର ପ୍ରମାଣ ସିସିଟିଭି ଫୁଟେଜରୁ ମିଳିବା ପରେ ସଞ୍ଜୟକୁ ଗିରଫ କରାଯାଇଥିଲା।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……