ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀ ବିମାନବନ୍ଦରରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ବିମାନବନ୍ଦର ରନୱେ ଏବଂ ଟ୍ୟାକ୍ସିୱେରେ ପାଣି ଜମି ରହିଥିବାର ଭିଡିଓ ସୋଶାଲ ମଡିଆରେ ଭାଇରାଲ୍ ହେଉଛି। ଭିଡିଓ ଅନୁସାରେ, ରନୱେରେ ଏକାଧିକ ବିମାନ ପାର୍କିଂ ହୋଇ ଥିବାବେଳେ ବନ୍ୟା ପାଣି ଜମି ରହିଛି।ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଉଛି।ତଥାପି ବିମାନ ଚଳାଚଳ ସ୍ୱାଭାବିକ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରାଜଧାନୀ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳ, ହାୱଡା, ସଲ୍ଟ ଲେକ୍ ଏବଂ ବାରାକପୁରରେ ଲଗାଣ ବର୍ଷା ଯୋଗୁଁ ବିବିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ପାଣିପାଗ ବିଭାଗ ସୂଚନା ଅନୁସାରେ, ଲଘୁଚାପ ଅବପାତର ରୂପ ନେବା ଫଳରେ ଲଗାଣ ବର୍ଷା ଜାରି ରହିଛି। ଏହି ଲଘୁଚାପ ବର୍ତ୍ତମାନ ବିହାର ଏବଂ ଉତ୍ତର ପ୍ରଦେଶ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହାୱଡା, ପାଶ୍ଚିମ ବର୍ଦ୍ଧମାନ, ବିରଭୁମ୍, ପୁର୍ବ ବର୍ଦ୍ଧମାନ, ହୁଗଳି, ନଦିଆ ଏବଂ ଉତ୍ତର ଓ ଦକ୍ଷିଣ ୨୪ ପରଗଣା ସମେତ ଦକ୍ଷିଣ ଜିଲ୍ଲାଗୁଡିକରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..