ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଲକାତା ଆର ଜି କର ମେଡିକାଲର ଜୁନିୟ ଡାକ୍ତର ସଂଘର କର୍ମକର୍ତ୍ତା ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ। ଶନିବାରଠାରୁ ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ଆନ୍ଦୋଳନରୁ ଓହରିବେ ଏବଂ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହାସହିତ ଶନିବାରଠାରୁ ଜରୁରୀ ମେଡ଼ିକାଲ ସେବାରେ ଯୋଗଦେବେ | କିନ୍ତୁ ଓପିଡି ସେବା ଯୋଗାଇ ଦେବେ ନାହିଁ। ସ୍ବାସ୍ଥ୍ୟ ଭବନ ସାମ୍ନାରେ ବସିଥିବା ଧାରଣା ପ୍ରତ୍ୟାହାର କରିବେ। ତେବେ ଧାରଣା ଓ ବିକ୍ଷୋଭ ବନ୍ଦ ହେଲେ ବି ଅଭୟା ନ୍ୟାୟ ପାଇବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ସଂଘ କହିଛି। ପଶ୍ଚିମବଙ୍ଗର ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଭୟା କ୍ୟାମ୍ପ୍ ନାଁରେ ଏକ କ୍ୟାମ୍ପ କରି ଆନ୍ଦୋଳନକୁ ଆଗକୁ ନେବାକୁ ସଂଘ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଭାବେ କାମକୁ ଫେରିବାକୁ ଡାକ୍ତରଙ୍କୁ ଅପିଲ କରୁଥିଲେ। ଶେଷରେ ଉଭୟ ପକ୍ଷ ଆଲୋଚନାରେ ସରକାର ଡାକ୍ତରଙ୍କ ୫ଟି ଦାବି ମଧ୍ୟରୁ ୩ଟିକୁ ମାନି ନେବାକୁ ପ୍ରସ୍ତତ ଥିବା କହିଥିଲେ। ସେଥି ମଧ୍ୟରୁ ପୁଲିସ୍ କମିଶନ, ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ହଟାଇ ଦିଆଯାଇଛି। ପୋଲିସ କମିଶନର ବିନିତ ଗୋୟଲଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ନୂଆ ଆଇପିଏସ୍ଙ୍କୁ ଦାୟିତ୍ୱ ଦିଆଯାଇଛି ।ମମତା ବାନାର୍ଜୀ ଡାକ୍ତର ସଂଘର ସମସ୍ତ ପ୍ରମୁଖ ଦାବି ମାନି ନେଇଥିବାବେଳେ ଅନ୍ୟ ଦାବିଗୁଡ଼ିକ ବିଚାର ପରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଡାକ୍ତର ସଂଘର କର୍ମକର୍ତ୍ତା ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..