ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ସିବିଆଇ କରୁଛି । ଏହାରି ଭିତରେ ପଶ୍ଚିମବଙ୍ଗ ପୋଲିସ ନିଜ ସ୍ତରରେ ମାମଲାର ଛାନଭିନ୍ ଜାରି ରଖିଛି। ଆର୍ଜି କର୍ ହସ୍ପିଟାଲର ଦୁଇ ଜଣ ବରିଷ୍ଠ ଡାକ୍ତର ଓ ପୂର୍ବତନ ସାଂସଦ ତଥା ପଶ୍ଚିମବଙ୍ଗ ବିଜେପି ନେତ୍ରୀ ଲକେଟ୍ ଚାଟାର୍ଜୀଙ୍କୁ ସମନ ପଠାଇଛି ପୋଲିସ । ଭୁଲ୍ ତଥ୍ୟ ବିସ୍ତାର କରିବା ଓ ପୀଡିତାଙ୍କ ପରିଚୟ ସାର୍ବଜନୀନ କରିବା ନେଇ ଦୁଇଟି ପୃଥକ ମାମଲା ରୁଜୁ କରିଛି ପୋଲିସ। ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରିଥିବା ଅଭିଯୋଗରେ କୋଲକାତା ପୋଲିସ ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ ଏବଂ ଡାକ୍ର କୁନାଲ ସରକାରଙ୍କୁ ପଚରାଉଚରା କରିବା ପାଇଁ ନୋଟିସ୍ ପଠାଇଛି। ତେବେ ସୁବର୍ଣ୍ଣ ଗୋସ୍ୱାମୀ ଦାବି କରିଛନ୍ତି ଯେ ସେ ଏପର୍ଯ୍ୟନ୍ତ କୌଣସି ନୋଟିସ ପାଇନାହାଁନ୍ତି। ଯଦି ମିଳିବ ତେବେ ସେ ପଚରାଉଚୁରାରେ ଯୋଗଦେବେ। ସେପଟେ ଡାକ୍ତର କୁନାଲ ସରକାର ଆଜି ସକାଳେ କୋଲକାତା ପୋଲିସ ତରଫରୁ ଏକ ନୋଟିସ୍ ଗ୍ରହଣ କରିଥିବା ନେଇ ସ୍ୱୀକାର କରିଛନ୍ତି। ଆସନ୍ତାକାଲି ସେ ପୋଲିସ ମୁଖ୍ୟାଳୟରେ ହାଜର ହେବେ। ଏଥିସହ ବିଜେପିର ପୂର୍ବତନ ସାଂସଦ ଲକେଟ୍ ଚାଟାର୍ଜୀଙ୍କୁ ମଧ୍ୟ ପୋଲିସ ନୋଟିସ୍ ପଠାଇ ପଚରାଉଚରା ପାଇଁ ଡକାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ସେ ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରିଥିଲେ ଏବଂ ତଦନ୍ତ ବିଷୟରେ ମିଥ୍ୟା ତଥ୍ୟ ସେୟାର କରିଥିଲେ। ଆଜି ତାଙ୍କୁ ହାଜର ହେବାକୁ କୁହାଯାଇଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……