ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଲକାତାର ଆର୍ଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟର ପଲିଗ୍ରାଫ୍ ଟେଷ୍ଟ୍ କରିବ ସିବିଆଇ। କଲିକତା ହାଇକୋର୍ଟ ଏଥିପାଇଁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି। ସିବିଆଇ ସୂତ୍ରରୁ ଜଣାପଡ଼ିଛି ଯେ ତଦନ୍ତକାରୀ ସଂସ୍ଥା ମଙ୍ଗଳବାର ଦିନ ଏହି ପରୀକ୍ଷା କରିବ। କୋଲକାତା ପୋଲିସ ରେ ଜଣେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟରତ ରାୟ ଅଗଷ୍ଟ ୯ ତାରିଖରେ ଅପରାଧ ଘଟିବାର ଦିନକ ପରେ ଗିରଫ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ରାୟ ଅପରାଧ ଘଟାଇବା ପୂର୍ବରୁ ନିଶା ସେବନ କରିଥିଲା। ଅପରାଧ ଘଟାଇବା ଦିନ ସେ ରାତି ପ୍ରାୟ ୧୧ଟା ବେଳେ ହସ୍ପିଟାଲ୍ ପଛପଟକୁ ଯାଇ ମଦ୍ୟପାନ କରି ଆସିଥିଲା। ପୋଲିସ ସୂଚନାନୁଯାୟୀ ରାୟ ବିନା କାରଣରେ ସେଦିନ ବିଭାଗକୁ ଆସିଥିଲା। ଅପରାଧ ଘଟାଇବା ପରେ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା। ଘଟଣାସ୍ଥଳରୁ ସେ ରକ୍ତଦାଗ ଧୋଇ ଦେବାକୁ ଚେଷ୍ଟା କରିଥିଲା। ତେବେ ଭୋର ୪.୪୫ ସମୟରେ ସେ ସେମିନାର ରୁମ୍ ଛାଡ଼ୁଥିବା ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଥିଲା। ଉକ୍ତ ଘଟଣାରେ ପୀଡ଼ିତାଙ୍କ ନ୍ୟାୟ ଦାବି କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଇତି ମଧ୍ୟରେ କଲିକତା ହାଇକୋର୍ଟର ଆଇନଜୀବୀମାନେ ମଧ୍ୟ ଦୋଷୀ ବିରୋଧରେ କଡ଼ା ଦଣ୍ଡ ଦାବି କରି ଆଜି ରାଲି କରିଛନ୍ତି। ପୂର୍ବତନ ପଶ୍ଚିମବଙ୍ଗ ଏଜି ଜୟନ୍ତ ମିତ୍ରଙ୍କ ସମେତ ଅନେକ ବରିଷ୍ଠ ଆଇନଜୀବୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……