ରିପୋର୍ଟ କାର୍ଡ / କୋଣାର୍କ
କୋଣାର୍କ ସୂର୍ଯ୍ୟମନ୍ଦିରର ପରିଦର୍ଶନ ସମୟ ପରିବର୍ତ୍ତନ ହୋଇଛି । ଆଜିଠାରୁ ସଂଧ୍ୟା ୭ ଟାରୁ ସୂର୍ଯ୍ୟମନ୍ଦିର ବନ୍ଦ ରହିବ । ଏଏସ୍ଆଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଆଜିଠୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ । ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ ରୁ ସକାଳ ୬ରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ୱାର ଖୋଲା ରହି ସନ୍ଧ୍ୟା ୭ ଟାରେ ବନ୍ଦ ରହିବ l ପୂର୍ବରୁ ସନ୍ଧ୍ୟା ୬ଟାରେ ସୂର୍ଯ୍ୟ ମନ୍ଦିର ବନ୍ଦ ହେଉଥିଲା l ଆସନ୍ତା ଅକ୍ଟୋବର ୩୧ ତାରିଖ ପାର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟ ପରିବର୍ତନ ହେଉଥିବା ଏଏସଆଇ ବିଭାଗ ସୂଚନା ଦେଇଛି l






More Stories
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..