Report Card Odisha

| Daily Odia News

ବନ୍ଧା ହେଲା ଧୋକାବାଜ ପ୍ରେମିକ……

ରିପୋର୍ଟ କାର୍ଡ / କୋରାପୁଟ

ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ଶେଷରେ ପ୍ରେମିକାକୁ ପ୍ରତାରଣା କଲା ପ୍ରେମିକ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି କୋରାପୁଟ ସହରରୁ। ଉଭୟ ଯୁବକ-ଯୁବତୀ କୋରାପୁଟର ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢାଇ ଆସୁଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢିଉଠିଲା । ପ୍ରେମ ସମ୍ପର୍କ ଏତେ ନିବିଡ ହେଲା ଯେ ବିବାହ କରିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଲା ଶାରୀରିକ ସମ୍ପର୍କ । ୩ ବର୍ଷ ସମ୍ପର୍କ ଭଲରେ କଟିବା ପରେ ଯୁବକ ଜଣଙ୍କ ସରକାରୀ ଚାକିରୀ ପାଇବା ପରେ ବିବାହ କରିବାକୁ କହିଥିଲେ ପ୍ରେମିକା। ସରକାରୀ ଚାକିରୀ ମିଳିବା ପରେ ଉଭୟ ଜୟପୁର କୋର୍ଟରେ ବିବାହ ପାଇଁ ଆବେଦନ ମଧ୍ୟ କରିଥିଲେ। ତେବେ ବିବାହର ଧାର୍ଯ୍ୟ ତାରିଖରେ ଚମ୍ପଟ ମାରିଲେ ପ୍ରେମିକ। ପରେ ପ୍ରେମିକ ଜଣଙ୍କ ଫେରିଥିଲେ । ବିବାହ ପାଇଁ ରାଜି ହୋଇ ଘରକୁ ମଧ୍ୟ ଯାଇଥିଲେ । କିନ୍ତୁ ପରେ ଘରକୁ ଯାଇ ବିବାହ କରିବାକୁ ମନାକରିଦେଇଥିଲେ ଯୁବକ । ଶେଷରେ ପ୍ରେମିକା ନ୍ୟାୟ ପାଇଁ ମହିଳା ଥାନାର ଦ୍ବାରସ୍ଥ ହେବା ପରେ ବନ୍ଧା ହୋଇଛି ଧୋକାବାଜ ପ୍ରେମିକ। ଏବେ ପ୍ରେମିକ ଜୟପୁର ଜେଲରେ ଅଛନ୍ତି । ସେପଟେ ଧୋକା ଦେଇଥିବା ପ୍ରେମିକକୁ ଉଚିତ ଦଣ୍ଡ ଦେବା ସହ ନ୍ୟାୟ ଭିକ୍ଷା କରିଛନ୍ତି ପ୍ରେମିକା ।

 

Breaking News