Report Card Odisha

| Daily Odia News

ଦେହରେ ସେଲୋଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ…..

ରିପୋର୍ଟ କାର୍ଡ / କୋରାପୁଟ

ଗଞ୍ଜେଇ ଚାଲାଣର ଏପରି ନୂଆ ତରିକା ଦେଖି ପୋଲିସ ଠାରୁ ଆରମ୍ଭକରି ସାଧାରଣ ଲୋକେ ତାଯୁବ ହୋଇଛନ୍ତି । ନିଜ ଶାର୍ଟ ତଳେ ଚାଲାଣକାରୀ ଲୁଚାଇଥିଲେ ୮ କେଜି ଗଞ୍ଜେଇ। ପୋଲିସ ଆଖିରୁ ବର୍ତ୍ତିବା ଗଞ୍ଜେଇ କୁ ଦେହ ସହ ସେଲୋଟେପ୍‌ରେ ଗୁଡ଼ା ଦେଇଛନ୍ତି | ଆଉ ତା’ ଉପରେ ରହିଛି ଶୀତବସ୍ତ୍ର । ଏପରି ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିଛି କୋରାପୁଟ ପାଡୁଆ ଥାନା ପୋଲିସ । ଗିରଫ ଯୁବକଜଣକ ହେଲେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ପୁଲନ ଖାଁ । ନିଜ ଦେହରେ ୮ କିଲୋ ଗଞ୍ଜେଇ ପ୍ଲାଷ୍ଟିକ ରାପ୍ ଗୁଡେ଼ଇ ଥିବା ବେଳେ ବ୍ୟାଗରେ ୨୦କିଲୋ ଗଞ୍ଜେଇ ଧରି ଚାଲାଣ କରୁଥିଲେ। ଯୁବକଜଣକ ଆନ୍ଧ୍ରରୁ ଏହି ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ। ଏନେଇ ପୂର୍ବରୁ ସୂଚନା ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଉକ୍ତ ଟିମ୍‌ ଦଳେଇପୁଟ ଗ୍ରାମ ନିକଟରେ ଚଢଉ କରି ପୁଲନ ଖାଁଙ୍କୁ ଅଟକ ରଖି ତାଙ୍କୁ ଯାଞ୍ଚ କରିଥିଲା। ଏହାପରେ ତାଙ୍କ ଶାର୍ଟ ତଳୁ ବାହାରିଥିଲା ୮ କେଜି ଗଞ୍ଜେଇ । ପ୍ରାଥମିକ ତଦନ୍ତରୁ ଜବତ ଗଞ୍ଜେଇ ୱେଷ୍ଟବେଙ୍ଗଲ ଅଞ୍ଚଳର ବଙ୍ଗଳାଦେଶ ସୀମାକୁ ଚାଲାଣ ହେଉଥିବା ଜଣାପଡ଼ିଥିବା ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

 

Breaking News