ରିପୋର୍ଟ କାର୍ଡ / କୋରାପୁଟ
ଟନେଲ୍ରେ କାମ ଚାଲିଥିବା ବେଳେ ମାଟି ଅତଡା ଖସି ୨ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆଜି କୋରାପୁଟ- ରାୟଗଡ଼ା ରେଳ ଲାଇନରେ ଏପରି ଘଟଣ ଘଟିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁସାରେ- ଆଜି ଲକ୍ଷ୍ମୀପୁର ବ୍ଲକ କୁଶୁମୁଗୁଡ଼ା ୨ ନମ୍ୱର ଟନେଲରେ କାମ ଚାଲିଥିଲା । ସେହି ସମୟରେ ହଠାତ୍ ମାଟି ଅତଡା ଖସିବା ଫଳରେ ମାଟି ତଳେ ଚାପି ହୋଇଯାଇଥିଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମ ରାଜ୍ୟର ଜହରୁଦ୍ଦିନ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ତେବେ ଟନେଲ୍ରେ କେତେ ଶ୍ରମିକ କାମ କରୁଥିଲେ ସେନେଇ କିଛି ସୂଚନା ମିଳିପାରିନାହିଁ |






More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..