ରିପୋର୍ଟ କାର୍ଡ / କୋରାପୁଟ
ଏକ ଘର ଭିତରୁ ମା’ ଓ ୨ ବର୍ଷ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅନ୍ତର୍ଗତ ଲଚ୍ଛମଣି ଗାଁରେ। ମୃତକମାନେ ହେଲେ ପଦ୍ମା ସାଉନ୍ତା ଓ ତାଙ୍କ ଝିଅ ମେରିଓମ ସାଉନ୍ତା। ପଦ୍ମା ଓ ତାଙ୍କ ଝିଅଙ୍କ ମୃତଦେହ ଘରେ ଝୁଲି ରହିଥିବା ଆଜି ସକାଳେ ପଡ଼ୋଶୀମାନେ ଦେଖିଥିଲେ। ଏନେଇ ସେମାନେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଛି। ଏହି ସମୟରେ ପଦ୍ମାଙ୍କ ଘରେ କେହି ନଥିଲେ। ତାଙ୍କ ସ୍ୱାମୀ କାମକୁ ବାହାରକୁ ଯାଇଥିଲେ। ପଦ୍ମା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..