Report Card Odisha

| Daily Odia News

ସରକାରୀ ବସ ଉପରକୁ ଗୁଳିମାଡ….

ରିପୋର୍ଟ କାର୍ଡ / ଜୟପୁର

ରାଜ୍ୟ ସରକାରଙ୍କର ଏକ ବସ ଉପରକୁ ଗୁଳିମାଡ ହୋଇଛି । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ବାଲିମେଳାଠାରୁ ବ୍ରହ୍ମପୁର ଯିବା ବେଳେ ଏପରି ଅଚାନକ ଆକ୍ରମଣ କରାଯାଇଛି । ତେବେ ହଠାତ୍ ଏପରି ଏକ ଗୁଳିମାଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିଏ ଏବଂ କାହିଁକି ଗୁଳିମାଡ କରିଛି ତାହା ଏଯାଏଁ ଜଣା ପଡିନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

Breaking News