Report Card Odisha

| Daily Odia News

ଆଜି କୋଟିଆ ବିବାଦ ଶୁଣାଣି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଟିଆ ବିବାଦକୁ ନେଇ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଓଡିଶା ଦ୍ବାରା ଦାଖଲ କରାଯାଇଥିବା ମାମଲାରେ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିନାହାନ୍ତି। ଆଜି ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଚାମ୍ବର ଜଜ୍‌ଙ୍କ କୋର୍ଟରେ ତାଲିକାଭୁକ୍ତ କରାଯାଇଛି। ବିଚାରପତି ଜଷ୍ଟିସ ମନୋଜ ମିଶ୍ର ମାମଲାର ଶୁଣାଣି କରିବେ। ଓଡ଼ିଶା ଦ୍ବାରା ଜାନୁଆରି ୨୦୨୨ରେ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ମାମଲା ଦାୟର କରାଯାଇଥିଲା। ସେଥିରେ କୋଟିଆ ଓଡ଼ିଶାର ଅଂଶବିଶେଷ ବୋଲି ଐତିହାସିକ ଦସ୍ତାବିଜ୍‌ ଓ ପ୍ରମାଣକୁ ସଂଲଗ୍ନ କରାଯାଇଥିଲା।‌ ଫେବ୍ରୁଆରି ୨୮,୨୦୨୩ରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ରେଜିଷ୍ଟ୍ରି ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ। ଓଡ଼ିଶା ସରକାରଙ୍କ ଆପତ୍ତି ଓ ଆବେଦନ ଆଧାରରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ତଥ୍ୟ ଦାଖଲ ପାଇଁ ୨୮ ଦିନର ସମୟ ଦେଇଥିଲେ। ଏହି ଅବଧିରେ ଅଦାଲତରେ ହାଜିରା ନ ହେଲେ ଏକତରଫା ନିଷ୍ପତ୍ତି ହେବ ବୋଲି କୋର୍ଟ ନିର୍ଦ୍ଦେଶରେ କହିଥିଲେ। ଆଜି ପର୍ଯ୍ୟନ୍ତ ଉଭୟ ‌ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାର ଅଦାଲତରେ ତଥ୍ୟ ଦାଖଲ କରି ନଥିବା ଜଣାପଡ଼ିଛି।

Breaking News