ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଟିଆ ବିବାଦ ମାମଲାରେ ରାଜ୍ୟ ସରକାର ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା କୋଟିଆକୁ ଓଡିଶାର କରିବା ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ସମସ୍ୟାର ସମାଧାନ ନିମନ୍ତେ ସର୍ବପ୍ରଥମେ ସମ୍ବିଧାନର ଧାରା ୧୩୧କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପ୍ରାର୍ଥନା କରିଛନ୍ତି । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଉଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ମଧ୍ୟ ସରକାର ନିବେଦନ କରିଛନ୍ତି । ପୂର୍ବରୁ ଧାରା ୧୩୧ କାରଣରୁ ୨୦୦୬ରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ପିଟିସନକୁ ଖାରଜ କରିଥିଲେ ।






More Stories
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..
IAS ସ୍ତରରେ ଅଦଳବଦଳ…..