ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଆଜି ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିବାର ଚାରିଦିନ ପରେ ତାଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କର ପରଲୋକ ଘଟିଛି। ଅଜିତ ମଙ୍ଗରାଜ ଅସୁସ୍ଥ ଥିଲେ ଏବଂ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯିବାପରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ବିୟୋଗ ପରେ ପିପିଲି ଉପନର୍ବିାଚନକୁ ସ୍ଥଗିତ ରଖାଯାଇଛି। ସବୁଠାରୁ ଦୁଃଖର ବିଷୟ ଯେ ଅଜିତ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହେବାପରେ ତାଙ୍କ ମା’ ମଧ୍ୟ ହୃଦରୋଗର ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ। ତେବେ ସେଠାରେ ସେ ମଧ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଥିଲା ଏବଂ ତାଙ୍କର ଫୁସଫୁସ ଅତିମାତ୍ରରେ ସଂକ୍ରମିତ ହୋଇସାରିଥିବା ପରୀକ୍ଷାରୁ ଜଣାପଡିଥିଲା। ଶେଷରେ ସେ ସ୍ଥାନୀୟ ଏକ ହସପିଟାଲରେ ଆଖି ବୁଜିଛନ୍ତି।






More Stories
ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..
ଆଜି ନବଯୌବନ ଦର୍ଶନ…..
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର…..