Report Card Odisha

| Daily Odia News

ରୁଷ ଠାରୁ କିଭ୍‌ ଏୟାରପୋର୍ଟ ଛଡ଼ାଇ ନେଲା ୟୁକ୍ରେନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ ଉପରେ ରୁଷ  ଆକ୍ରମଣ କରୁଥିବାରୁ କିଭ୍‌ର ସ୍ଥିତି ଅତ୍ୟନ୍ତ ସଙ୍କଟ ରହିଛି । ଏହାର ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ। ଏସବୁ ଭିତରେ ରୁଷ ସ୍ପେଶାଲ ଫୋର୍ସ ଦଖଲ କରି ନେଇଥିବା କିଭ୍‌ ଏୟାରପୋର୍ଟର ଗୋଟିଏ ଅଞ୍ଚଳକୁ ୟୁକ୍ରେନ ସେନା ପୁଣି ନିଜ ନୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏବେ କିଭ୍‌ରେ ରୁଷର ହମଲା ଜାରି ରହିଛି। ମାତ୍ର ୪୦ ମିନିଟ୍‌ରେ ୩ ଡର୍ଜନରୁ ଅଧିକ ମିସାଇଲ ମାଡ଼ କରାଯାଇଥିଲା ଖବର ମିଳିଛି। ମିସାଇଲ ମାଡ଼ରେ ପୂରା ରାଜଧାନୀ ଥରିବାରେ ଲାଗିଛି। ଏ ସମ୍ପର୍କରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏବେ କିଭ୍‌ରେ ରୁଷର ହମଲା ଜାରି ରହିଛି। ମାତ୍ର ୪୦ ମିନିଟ୍‌ରେ ୩ ଡର୍ଜନରୁ ଅଧିକ ମିସାଇଲ ମାଡ଼ କରାଯାଇଥିଲା ଖବର ମିଳିଛି। ମିସାଇଲ ମାଡ଼ରେ ପୂରା ରାଜଧାନୀ ଥରିବାରେ ଲାଗିଛି। ବର୍ତ୍ତମାନର ସ୍ଥିତିକୁ ଦେଖି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବାଧ୍ୟତାମୂଳକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓ ୧୮ରୁ ୬୦ ବର୍ଷ ବୟସ ବର୍ଗରେ ଥିବା ପୁରୁଷଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ଦେଶର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ରୁଷ ଆକ୍ରମଣକୁ ପ୍ରତିହତ କରିବା ପାଇଁ ୟୁକ୍ରେନ ସରକାର ସାଧାରଣ ଲୋକଙ୍କୁ ୧୦ ହଜାର ଆସଲ୍ଟ ରାଇଫଲ ଦେଇଛନ୍ତି। ସମୟ ଆସିଲେ ସାଧାରଣ ଲୋ ମଧ୍ୟ ରୁଷ ସୈନିକଙ୍କ ଲଢ଼େଇ କରିବେ ବୋଲି ସରକାର ଆଶା କରିଛନ୍ତି। ତେବେ ସୀମାରେ ରୁଷ ପ୍ରାୟ ୨ ଲକ୍ଷ ସୈନ୍ୟକୁ ଏକାଠି କରିଥିବା ବେଳେ ୟୁକ୍ରେନ ନିଜର ସୁରକ୍ଷା ପାଇଁ ମାତ୍ର ୬୦ ହଜାର ସୈନ୍ୟଙ୍କୁ ଠୁଳ କରିଛି। ଫଳରେ ରୁଷ ଯେକୌଣସି ମୁହୂର୍ତ୍ତରେ ହମଲା କରି ପୂରା ୟୁକ୍ରେନକୁ ଦଖଲ କରି ନେବାର ଆଶଙ୍କା ପ୍ରକାଶ ପାଇଛି। ରୁଷ ସହ ବେଲାରୁସ ମଧ୍ୟ ୟୁକ୍ରେନ ଉପରେ ହମଲା କରୁଛି। ଗୁରୁବାର ବେଲାରୁସ ପକ୍ଷରୁ ୪ଟି ବାଲାଷ୍ଟିକ ମିସାଇଲ ମାଡ଼ କରାଯାଇଥିଲା। ରୁଷ ଦ୍ୱାରା ସ୍ୱାଧୀନ ପାଇଥିବା ଲୁହାଂସ୍କର ସାମରିକ ବାହିନୀ ମଧ୍ୟ ୟୁକ୍ରେନ ସେନାକୁ ସ୍ଥଳ ଭାଗରେ କାଉଣ୍ଟର କରୁଛି। ବର୍ତ୍ତମାନ ଯୁଦ୍ଧ ଚାଲିଥିବାରୁ ୟୁକ୍ରେନ ପକ୍ଷରୁ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏ ସମ୍ପର୍କରେ ୟୁକ୍ରେନର ସ୍ୱାସ୍ଥ୍ୟମନ୍ତ୍ରୀ ଭିକ୍ଟର ଲିଆସ୍କୋ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅଧିକାରୀମାନେ ସ୍ୱାସ୍ଥ୍ୟ ସୁବିଧାକୁ ପୁଣିଥରେ ବିକଶିତ କରୁଛନ୍ତି। କାରଣ ଲଢ଼େଇ ସମୟରେ ଚିକିତ୍ସା ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଅଧିକ ସ୍ଥାନର ବ୍ୟବସ୍ଥାର କରାଯାଇପାରିବ। ସବୁ ପ୍ରକାରର ପରିସ୍ଥିତର ମୁକାବିଲା ପାଇଁ ଆମେ ତୟାର ବୋଲି ସେ କହିଛନ୍ତି। ଗୁରୁବାର ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଏହାପର ଠାରୁ ୟୁକ୍ରେନର ରାଜଧାନୀ କିଭରେ ବଡ଼ ବଡ଼ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ପୂର୍ବ ୟୁକ୍ରେନରେ ରୁଷ କରୁଥିବା ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ୟୁକ୍ରେନ ସରକାର କହିଛନ୍ତି ଯେ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ ଦ୍ୱାରା କିଭର ଅନେକ ସ୍ଥାନକୁ ଟାର୍ଗେଟ କରାଯାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ ରୁଷର ଆକ୍ରମଣ ପରେ କିଭ ବିମାନବନ୍ଦରରୁ ସ୍ଥାନାନ୍ତର କରାଯାଇଥିଲା। ରୁଷ ଆକାଶ ପଥରୁ ଆକ୍ରମଣ କରି କିଭ୍‌ ଏୟାରପୋର୍ଟକୁ ଦଖଲ କରି ନେଇଥିଲା। ତେବେ ୟୁକ୍ରେନ ସେନା ମଧ୍ୟ ଏହାର ପାଲଟା ଜବାବ ଦେଇ କିଭ୍‌ ଏୟାରପୋର୍ଟର କିଛି ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ୟୁକ୍ରେନ ଉପରେ ରୁଷ ଉଭୟ ଆକାଶ ପଥ ଓ ସ୍ଥଳ ପଥରେ ଆକ୍ରମଣ କରୁଛି। ଏହି କାରଣରୁ ୟୁକ୍ରେନର ଏକାଧିକ ଏୟାର ପୋର୍ଟ କ୍ଷତିଗ୍ରସ୍ତ ହୋଇଛି। ବ୍ଲାକ ସି ସ୍ଥିତ ୟୁକ୍ରେନ ନୌସେନା ଡିପୋରେ ମଧ୍ୟ ମିସାଇଲ ମାଡ଼ କରାଯାଇଛି। ରକେଟ ମାଡ଼ରେ କିଭ ଏବଂ ଖାର୍କିଭରେ ଥିବା ୟୁକ୍ରେନର ସାମରିକ କମାଣ୍ଡ ପୋଷ୍ଟଗୁଡ଼ିକ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ୟୁକ୍ରେନ ଦାବି କରିଛି ଯେ ବର୍ତ୍ତମାନ ଯାଏ ରୁଷର ୭ଟି ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି। ଏହା ମଧ୍ୟରେ ଦୁଇଟି ସୁଖୋଇ- ୩୦ ବିମାନ ମଧ୍ୟ ରହିଛି। ଏହାବାଦ ୫୦ରୁ ଅଧିକ ରୁଷ ସୈନ୍ୟ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ୨୫ ଜଣ ଆତ୍ମସମର୍ପଣ କରିଥିବା ୟୁକ୍ରେନ ଦାବି କରିଛି।

Breaking News