ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆକ୍ସନ ମୋଡ଼ରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା | ଅବକାରୀ ନୀତିକୁ ନେଇ ଆଜି ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭିଜିଲାନ୍ସ ରିପୋର୍ଟ ପରେ ସେ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ଅବକାରୀ କମିଶନର ଆରବ ଗୋପୀ କୃଷ୍ଣ, ତତ୍କାଳୀନ ଅବକାରୀ କମିଶନର ଡାନିକ୍ସ ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଅବକାରୀ ନୀତି ବା ଏକ୍ସାଇଜ ପଲିସି ଲାଗୁ କରିବାରେ ହୋଇଥିବା ଦୁର୍ନୀତିକୁ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଧିକାରୀଙ୍କ ବିରୋଧରେ ନିଲମ୍ବନ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ଅବକାରୀ ନୀତି ଲାଗୁ କରିବାରେ ଗୁରୁତର ତ୍ରୁଟିକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଏହି ନିଷ୍ପତ୍ତି ନେଇଛନ୍ତି | ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ସ୍ୱୀକାର କରିଥିଲେ ଯେ ଦିଲ୍ଲୀ ସରକାର ନୂତନ ଏକ୍ସାଇଜ୍ ପଲିସି ୨୦୨୧-୨୨ ମାଧ୍ୟମରେ ୧ ହଜାର କୋଟି କ୍ଷତି ସହିଛନ୍ତି | ସେହିପରି ଆମ୍ ଆଦମୀ ପାର୍ଟି ନେତା କହିଛନ୍ତି ଯେ ସେମାନେ ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କୁ ଏକ ଚିଠି ଲେଖୁଛନ୍ତି। ସିସୋଡିଆଙ୍କ ଅଭିଯୋଗର କିଛି ମିନିଟ୍ ପରେ ଶନିବାର ଦିନ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ଉପରାଜ୍ୟପାଳ ଭି.କେ ସାକ୍ସେନା ଦିଲ୍ଲୀର ତତ୍କାଳୀନ ଅବକାରୀ କମିଶନର, ଆଇଏଏସ୍ ଅଧିକାରୀ ଆରବ ଗୋପୀ କୃଷ୍ଣ ଏବଂ ଡେପୁଟି ଏକ୍ସାଇଜ୍ କମିଶନର ଆନନ୍ଦ କୁମାର ତିୱାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..