Report Card Odisha

| Daily Odia News

ଶ୍ରମିକଙ୍କ ଉପରେ ମାଡିଗଲା ଗାଡି,୪ ମୃତ…..

ରିପୋର୍ଟ କାର୍ଡ / ବରଗଡ

ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡିଗଲା ବୋରୱେଲ୍‌‌ ଗାଡି। ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ବରଗଡ଼ ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଘଟିଛି। ଗାଡି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ଗାଡି ମାଡିଯାଇଛି। ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି | ସମସ୍ତେ ମଧ୍ୟପ୍ରଦେଶର ହୋଇଥିବା ନେଇ ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Breaking News