ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ଫୁଟ୍ପାଥ୍ରେ ଶୋଇଥିବା ଶ୍ରମିକଙ୍କ ଉପରେ କାର୍ ଚଢ଼ି ଯିବାରୁ ମୃତ୍ୟୁ ହୋଇଛି | ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ଘଟାଇ କାର୍ ନେଇ ଫେରାର ହୋଇଯାଇଥିଲା ଡ୍ରାଇଭର। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଶ୍ରମିକଟିର ମୃତ୍ୟୁ ଘଟିଥିଲା। ଗତକାଲି ବିଳମ୍ବିତ ରାତିର ଏହି ଘଟଣା ଘଟିଛି। ରାଜମହଲ ଛକରେ ଥିବା ଫୁଟ୍ପାଥରେ ଶୋଇପଡ଼ିଥିଲେ ଶ୍ରମିକ । ହଠାତ୍ ଏକ କାର୍ ଆସି ତା’ ଉପରେ ଚଢ଼ି ଯାଇଥିଲା। ଫୁଟପାଥରେ କାର୍ ଚକାର ଦାଗ ରହିଛି। କିଏ ଶ୍ରମିକଙ୍କ ଉପରେ କାର୍ ମଡ଼ାଇ ପଳାଇଲା, ତାହା ପଡ଼ିନାହିଁ। କମିଶନରେଟ୍ ପୋଲିସ ଏନେଇ ଖୋଳତାଡ ଆରମ୍ଭ କରିଛି। ଅନ୍ୟପକ୍ଷରେ ଶ୍ରମିକ ଜଣଙ୍କ କିଏ, ତାଙ୍କ ଘର କେଉଁଠି ପୋଲିସ ତାର ଖୋଳତାଡ଼ ଆରମ୍ଭ କରିଛି। ପରିଚୟ ପାଇଁ ମୃତକ ଶ୍ରମିକଙ୍କ ଫଟୋକୁ ସବୁଯାଗାରେ ଲାଗିଛି ପୋଲିସ ପୋଲିସ |






More Stories
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..