ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଖିମପୁର ଖେରୀ ହିଂସାର ମାମଲାରେ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ | ଏହି ତିନି ଅଭିଯୁକ୍ତ କୃଷକଙ୍କ ଉପରେ ଚଢାଯାଇଥିବା ଥର ଗାଡିର ପଛେ ପଛେ ଆସୁଥିବା ସ୍କର୍ପିଅରେ ଥିଲେ । ଏହି ତିନି ଅଭିଯୁକ୍ତ ହେଉଛନ୍ତି ମୋହିତ ତ୍ରିବେଦୀ, ଧର୍ମେନ୍ଦ୍ର ସିଂହ ଓ ରିଙ୍କୁ ରାଣା । ଏହି ତିନି ଜଣ ଆଶିଷ ମିଶ୍ରଙ୍କ ଘନିଷ୍ଠ ବନ୍ଧୁ ବୋଲି କୁହାଯାଉଛି । ଏଥିସହ ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରି ସାରିଲାଣି । ଏହାର ଗୋଟିଏ ଦିନ ପୂର୍ବେ ଅର୍ଥାତ ଶୁକ୍ରବାର ପୋଲିସ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର, ଲଖନଉର ବ୍ୟବସାୟୀ ଅଙ୍କିତ ଦାସ, ଗନର ଲତିଫ, ଡ୍ରାଇଭର ଶେଖର ଭାରତୀ, ବିଜେପି ନେତା ସମିତ୍ ଜୟସୱାଲ, ସତ୍ୟମ ତ୍ରିପାଠୀ, ଶିଶୁପାଲ ଏବଂ ନନ୍ଦନଙ୍କୁ ଜେଲରୁ ରିମାଣ୍ଡରେ ନେଇଛି । ରାତିସାରା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ପଚରା ଉଚୁରା କରିଛି. ଯାଞ୍ଚ କମିଟି ଅନୁଯାୟୀ, ଜେରା ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ଥିବା ଆଉ ତିନି ଜଣଙ୍କ ନାଁ କହିଥିଲେ । ଏହି ଆଧାରେ ପୋଲିସ ଆଜି ଅନ୍ୟ ତିନି ଅଭିଯୁକ୍ତ ମୋହିତ ତ୍ରିବେଦୀ, ଧର୍ମେନ୍ଦ୍ର ସିଂହ ଓ ରିଙ୍କୁ ରାଣାଙ୍କୁ ଗିରଫ କରିଛି । ଏମାନଙ୍କୁ ଆଜି ଅଦାଲତରେ ହାଜର କରାଯିବ । ପୋଲିସ ଏହି ତିନି ଜଣଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କରିବ ।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..