ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଆଗାମୀ କାର୍ଯ୍ୟଧାରା ଏବଂ ଅନ୍ୟାନ୍ୟ କେତେକ ସମସ୍ୟା ବିଷୟରେ ଆଲୋଚନା କରିବା ଲାଗି ଶୁକ୍ରବାର ରାତିରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ‘ଆର୍ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ‘ଡିନର୍’ରେ ଭେଟିଥିବା ନେଇ ଗଣମାଧ୍ୟମ ରିପଟରୁ ଜଣାପଡିଛି। ରିପୋର୍ଟ ଅନୁସାରେ, ଲାଲୁ ପ୍ରସାଦଙ୍କୁ ଭେଟିବା ପାଇଁ ରାହୁଲ୍ ‘ଆର୍ଜେଡି’ ସାଂସଦ ମିସା ଭାରତୀଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନକୁ ଯାଇଥିଲେ।

ସେଠାରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ରାହୁଲ୍ଙ୍କ ସହିତ ଯାଇଥିଲେ କଂଗ୍ରେସର ସାଙ୍ଗଠନିକ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ। ଭେଟ ହେବା ବେଳେ ଲାଲୁ ପ୍ରସାଦ ଓ ରାହୁଲ୍ ହସି ହସି କୋଳାକୋଳି ହୋଇଥିବା ଦେଖାଯାଇଥିଲେ । ଅନେକ ରାଜନୈତିକ ପ୍ରସଙ୍ଗ ଆଲୋଚନା କରିବା ସହିତ ରାହୁଲ୍ ଲାଲୁଙ୍କୁ ସ୍ବାସ୍ଥ୍ୟ ବିଷୟରେ ବି ପଚାରିଥିଲେ। ରାହୁଲ୍ଙ୍କ ଅଭ୍ୟର୍ଥନା ପାଇଁ ଲାଲୁ ପ୍ରସାଦ ଓ ଝିଅ ମିସା ରାତ୍ର ଭୋଜନ ଆୟୋଜନ କରିଥିଲେ। ଏଥିରେ ଲାଲୁ ନିଜେ ମଟନ୍ ରାନ୍ଧିଥିଲେ। ବିହାରରୁ ‘ଦେଶୀ ଖାସିମାଂସ’ ଓ ମସଲା ବ୍ୟବସ୍ଥା କରିଥିଲେ। ଖାଲି ସେତିକି ନୁହେଁ, ବିହାରର ସ୍ପେସାଲ୍ ଷ୍ଟାଇଲ୍ ରେ କିଭଳି ‘ମଟନ୍’ ରନ୍ଧା ଯାଏ,ଲାଲୁ ରାହୁଲ୍ଙ୍କୁ ଦେଖାଇ ଦେଇଥିଲେ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..