ରିପୋର୍ଟ କାର୍ଡ / ମୁମ୍ବଇ
ମହାରାଷ୍ଟ୍ର ରାୟଗଡରେ ଭୂସ୍ଖଳନ ଘଟିଛି | ଭୂସ୍ଖଳନରେ ୩୦ରୁ ଅଧିକ ପରିବାର ଫସି ରହିଥିବା ବେଳେ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ରାୟଗଡର ଖାଲାପୁର ତହସିଲ୍ ଅନ୍ତର୍ଗତ ଝରଶାଲବାଡି ଗାଁ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଅନେକ ଲୋକେ ଫସି ରହିଛନ୍ତି। ଭୂସ୍ଖଳନ ହୋଇଥିବା ସ୍ଥାନଟି ମୋରବୀ ଡ୍ୟାମରୁ ୬ କିଲୋମିଟର ଦୂର। ଏଯାଏଁ ୧୦ ଅଧିକ ମୃତଦେହ ଉଦ୍ଧାର ହୋଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଳମ୍ବିତ ରାତିରେ ଏହା ଘଟିଛି ବୋଲି କୁହାଯାଉଛି। ଗୁରୁବାର ଦିନ ରାୟଗଡରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଏନଡିଆରଏଫକୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି। ଫଳରେ ଉଦ୍ଧାର କାର୍ୟ୍ୟ ଶୀଘ୍ର ଶେଷ ହୋଇପାରିବ। ଏନଡିଆରଏଫର ଦୁଇଟି ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..