ରିପୋର୍ଟ କାର୍ଡ / ପୁରୀ
ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା | ଏହାର ପରଦିନ ଶ୍ରୀମନ୍ଦିର ହେବ ଲେଜର ସ୍କାନିଂ। ଶ୍ରୀମନ୍ଦିର ଗର୍ଭ ଗୃହ, ନାଟ ମଣ୍ଡପ, ଜଗମୋହନ, ଭୋଗ ମଣ୍ଡପ ପରି ଅନ୍ୟାନ୍ୟ ସ୍ଥାନର ହେବ ସ୍କାନିଂ। ଲେଜରସ୍କାନିଂ ଦ୍ୱାରା କୌଣସି ଜାଗାରେ ଫାଟ ଥିଲେ, ତାହା ଜଣାପଡ଼ିବ। ଆଉ ପରବର୍ତ୍ତୀ ସମୟରେ ତାକୁ ମରାମତି କରାଯିବ। ସେଥିପାଇଁ ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଶନିବାର ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରାଯାଇଛି। ଆଜି ଏଏସ୍ଆଇ ସୁପରିଣ୍ଡେଣ୍ଟ୍ ଅରୁଣ ମଲ୍ଲିକ ଓ ଇଞ୍ଜିନିୟରିଂ ଟିମ୍ ଶ୍ରୀମନ୍ଦିର ସ୍ଥିତିଅନୁଧ୍ୟାନ କରିଛନ୍ତି। ଏଏସ୍ଆଇ ସୁପରିନ୍ଟେଣ୍ଡେଣ୍ଟ୍ ଅରୁଣ ମଲ୍ଲିକ କହିଛନ୍ତି-“ଗୁଣ୍ଡିଚା ଯାତ୍ରା ପରେ ଏକ୍ସପର୍ଟ କମିଟି ଶ୍ରୀମନ୍ଦିରକୁ ଯାଇ ଅନୁଧ୍ୟାନକରିବେ। ସେମାନଙ୍କ ପରାମର୍ଶ ଅନୁସାରେ ଶ୍ରୀମନ୍ଦିର ମରାମତି କାମ କରାଯିବ।ଏହାଛଡ଼ା ପ୍ରତିବର୍ଷ ହେଉଥିବା ମରାମତି କାମ ମଧ୍ୟ କରାଯିବ। ଯଦି କୌଣସି ସ୍ଥାନରେ ପଥର ଡେମେଜ୍ ହୋଇଥିବ, ତାହାହେଲେ ବଦଳା ଯିବ।” ଲେଜର ସ୍କାନିଂକୁ ନେଇ ଶ୍ରୀ ମଲ୍ଲିକ କହିଛନ୍ତି-“ଶ୍ରୀମନ୍ଦିରକୁ ଲେଜର ସ୍କାନିଂ କରି ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ। ତାକୁ ତର୍ଜମା କରାଯାଇ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ମରାମତି କରାଯିବ। ଶ୍ରୀମନ୍ଦିର ଗର୍ଭ ଗୃହ, ନାଟ ମଣ୍ଡପ, ଜଗମୋହନ, ଭୋଗ ମଣ୍ଡପ ଇତ୍ୟାଦି ସ୍କାନିଂ କରାଯିବ। ଆସନ୍ତା୧୪ ତାରିଖରୁ କାମ ଆରମ୍ଭ କରାଯିବ। ସେହିପରି ମହାଲକ୍ଷ୍ମୀଙ୍କ ମନ୍ଦିର ମରାମତି କାମ ଚାଲିଛି। ବାକି କାମ ରଥଯାତ୍ରା ଭିତରେ ସରିଯିବ।” ରୁପା ଦ୍ୱାର ନେଇ ଶ୍ରୀ ମଲ୍ଲିକ କହିଛନ୍ତି-“ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୁପା ଦ୍ୱାର ନେଇ ମଗାଯାଇଥିଲା। ଏନେଇ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖାଯାଇଥିଲା। ସେଥିପାଇଁ ଅନୁମତି ମିଳିଛି। ସୋମବାର ସୁଦ୍ଧା ଚିଠି ଆସିଯିବ।” ଶ୍ରୀମନ୍ଦିର ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାରରେ ରୁପା ଛାଉଣୀ ହେବ। ସେଥିପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ରୁପା ଶୁକ୍ରବାର ମୁମ୍ୱାଇରୁ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ପ୍ରାୟ ୧.୨ ଟନ୍ର ରୁପା ଆସିଥିବାର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି। ମୁମ୍ୱାଇରୁ ଆସିଥିବା ରୁପାକୁ କଡ଼ା ସୁରକ୍ଷା ବଳୟ ଭିତରେ ଭକ୍ତ ନିବାସରେ ରଖାଯାଇଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..