ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରିଛି ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ଓ ନୂଆ ଟିମ୍ ଗଠନ | ଜୁଲାଇ ୧୪ରେ ଦ୍ୱିତୀୟ ଥର ପାଇଁ ନିଜ ଟିମ୍ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବୈଠକ କରିବେ ବୋଲି ସୂଚନା ମିଳିଛି । ଗତ ବୁଧବାର କ୍ୟାବିନେଟର ସମ୍ପ୍ରସାରଣ ପରେ ଜୁଲାଇ ୮ ଅର୍ଥାତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ହେଲେ ଆଗକୁ ହେବାକୁ ଥିବା ବୈଠକରେ କେଉଁ ବିଷୟ ଉପରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ । ଉଲ୍ଲେଖଯୋଗ୍ୟ, ଦେଶର କରୋନାର ଦ୍ୱିତୀୟ ଲହର ଟିକେ କମିଥିଲେ ବି କିଛି ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ଶୀର୍ଷରେ ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିବା ସହ ୬ ଟି ରାଜ୍ୟକୁ କରୋନା ସ୍ଥିତିସମୀକ୍ଷା କରିବାକୁ କେନ୍ଦ୍ରୀୟ ଟିମ୍ ପଠାଇଥିଲେ । ଜୁଲାଇ ୮ରେ ହୋଇଥିବା ବୈଠକରେ ବି ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଲୋକମାନଙ୍କୁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ନେଇ ଉପଦେଶ ଦେଇଥିଲେ । ଏହା ସହ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କୁ ଗଣମାଧ୍ୟମରେ ଅନାବଶ୍ୟକ ମନ୍ତବ୍ୟ ଦେବାକୁ ବାରଣ କରିଥିଲେ । ସେ କହିଥିଲେ କି କେବଳ ନିଜ ମନ୍ତ୍ରାଳୟ ବ୍ୟତିତ ଅନ୍ୟ କୌଣସି ବାବଦରେ ମନ୍ତ୍ରବ୍ୟ ନଦେବାକୁ କହିବା ସହ ନିଜ ମନ୍ତ୍ରାଳୟଉପରେ ଫୋକସ କରିବାକୁ ସେ ଉପଦେଶ ଦେଇଥିଲେ ।
Discussion about this post