ରିପୋର୍ଟ କାର୍ଡ / ମୟୂରଭଞ୍ଜ
୩ ଦିନିଆ ମୟୂରଭଞ୍ଜ ଗସ୍ତର ଆଜି ହେଉଛି ରାଷ୍ଟ୍ରପତିଙ୍କ ଅନ୍ତିମଦିନ। ଗତକାଲି ରାଷ୍ଟ୍ରପତି ଶିମିଳିପାଳର ଗୁରୁଗୁଡିଆର ଫରେଷ୍ଟ ବଙ୍ଗଳାରେ ରାତ୍ରୀଯାପନ କରିଥିଲେ ମହାମହିମ। ଶୁକ୍ରବାର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ସକାଳ ସମୟରେ ରାଷ୍ଟ୍ରପତି ଶିମିଳିପାଳ ବୁଲିବା ସହ ସେଠାରେ ପ୍ରାତ ଭୋଜନ କରିଛନ୍ତି । ତାପରେ ଶିମିଳିପାଳରେ ଆଦିବାସୀ ଯୁବକ ଓ ଯୁବତୀଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିଛନ୍ତି। ସେମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚି ପାରୁଛି କି ନାହିଁ ତାହା ସେମାନଙ୍କ ପାଖରୁ ବୁଝିଛନ୍ତି।ଶିମିଳିପାଳରେ ବସବାସ କରୁଥିବା ଲୋକମାନଙ୍କୁ କମଳ ବଣ୍ଟନ କରିଛନ୍ତି। ତାପରେ ରାଷ୍ଟ୍ରପତି ଯଶିପୁରରେ ଥିବା ହେଲିପ୍ୟାଡ କୁ ଗସ୍ତ କରିବେ। ହେଲିପ୍ୟାଡ ଯୋଗେ କଲେଇଗୁଣ୍ତା ଏୟାରବେଶକୁ ଯାଇ ଭୁବନେଶ୍ବର ଅଭିମୁଖେ ବାହାରିବେ ମହାମହିମ। ଅପରାହ୍ଣରେ ଭୁବନେଶ୍ଵର ବ୍ଲାକ ସ୍ବାନ୍ ସମିଟରେ ଯୋଗ ଦେବାର ସୂଚନା ରହିଛି। ପରେ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ଵରରୁ ରାଷ୍ଟ୍ରପତି ଛତିଶଗଡ ଅଭିମୁଖେ ଯିବାର କାର୍ଯ୍ୟସୂଚୀ ରହିଛି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..