ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ୨ଟି କୋର୍ଟକୁ ବୋମା ଧମକ ମିଳିଛି । ଏହି ଧମକ ଫୁଲବାଣୀ ଓ କଟକ ଜିଲା ଦୌରା ଜଜ୍ କୋର୍ଟକୁ ଆସିଛି । ଏହି ଧମକ ଅଜଣା ଇ-ମେଲ୍ ଜରିଆରେ ଦିଆଯାଇଛି। କୋର୍ଟକୁ ଧମକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଧମକ ଆସିବା ପରେ ଛାନଭିନ ଜୋରଦାର କରାଯାଉଛି। କୋର୍ଟ ପରିସରକୁ ପୁରା ଖାଲି କରାଯାଇଛି, ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡ ପହଞ୍ଚି ଯାଞ୍ଚ କରୁଛନ୍ତି । ପୁଲିସ ସନ୍ଧାନୀ କୁକୁର ନେଇ ଯାଞ୍ଚ କରାଯାଉଛି । ଇ-ମେଲରେ ବୋମା ଧମକ ଆସିବା ପରେ ଛାନଭିନ୍ ଆରମ୍ଭ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଧମକ ଇ-ମେଲ୍ ବାହାର ଦେଶରୁ ଆସୁଥିବା ନେଇ ସୂଚନା ମିଳିଛି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..