Report Card Odisha

| Daily Odia News

ପଞ୍ଚଭୂତରେ ବିଲୀନ ହେଲେ ଲତା ମଙ୍ଗେସକର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସ୍ୱର ସାମ୍ରାଜ୍ଞୀ ତଥା ଭାରତ ରତ୍ନ ଲତା ମଙ୍ଗେସକର । ରବିବାର ଦିନ ମୁମ୍ବାଇର ଶିବାଜୀ ପାର୍କରେ ରାଜକୀୟ ସମ୍ମାନରେ ତାଙ୍କର ଶେଷକୃତ୍ୟ ହୋଇଛି । ତାଙ୍କର ଅନ୍ତିମ ସତ୍କାର ପୂର୍ବରୁ ତାଙ୍କର ଶେଷ ଦର୍ଶନ କରିଥିଲେ ହଜାର ହଜାର ଲୋକ । ଏମିତିକି ନେତା ଅଭିନେତା ବି ସାମିଲ ହୋଇଥିଲେ । ଏହା ପୂର୍ବରୁ ମୃତଦେହକୁ ତ୍ରିରଙ୍ଗାରେ ଘୋଡ଼ାଇ ଦିଆଯାଇଥିଲା । ସଶସ୍ତ୍ର ଲୋକମାନେ ତାଙ୍କୁ ତୋପ ସଲାମୀ ଦେଇ ଶେଷ ସାଲ୍ୟୁଟ୍ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ କ୍ରିକେଟର ସଚିନ ତେନ୍ଦୁଲକର, ଶାହାରୁଖ ଖାନ ଏବଂ ଅନ୍ୟାନ୍ୟ ସେଲିବ୍ରିଟିଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ । ଲତାଙ୍କ ଭାଇ ହ୍ରଦନାଥ ମଙ୍ଗେସକର ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ପାର୍କର ପ୍ରାୟ ୨,୦୦୦ ବର୍ଗଫୁଟ ଅଞ୍ଚଳକୁ ଶବଦାହ ପ୍ରକ୍ରିୟା ପାଇଁ କର୍ଡନ କରାଯାଇଥିଲା । ସୂଚନା ଥାଉକି, ୯୨ ବର୍ଷ ବୟସରେ, ଲତା ମଙ୍ଗେସକର ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେପଟେ ଲତାଙ୍କ ବିୟୋଗ ପରେ ସାରା ଦେଶରେ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ତାଙ୍କ ସମ୍ମାନରେ ଦୁଇ ଦିନ ଅର୍ଦ୍ଧନିମିତ ରହିବ ଜାତୀୟ ପତାକା । ଆଜି ମହାରାଷ୍ଟ୍ରରେ ଶୋକ ଦିବସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ସ୍କୁଲ କଲେଜ ସମେତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ।

Breaking News