ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜିଠୁ ଖୋଲିଲା ଶିକ୍ଷାନୁଷ୍ଠାନ । ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । କରୋନା କଟକଣା ଅନୁଯାୟୀ ଆଜିଠୁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବେ। ଅଷ୍ଟମରୁ ପିଜି ଛାତ୍ରଛାତ୍ରୀ ଯାଏ ଅଫଲାଇନରେ ପାଠ ପଢ଼ିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିଥିଲେ ରାଜ୍ୟ ସରକାର । ଜାନୁଆରୀ ୧୦ରୁ ବନ୍ଦ ରହିଥିଲା ସମସ୍ତ ଶିକ୍ଷାନୁଷ୍ଠାନ । ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସ୍କୁଲ ଖୋଲିବା ନେଇ ସରକାରେ ନିଷ୍ପତ୍ତି ନେଇଥିଲେ । ହେଲେ ସଂକ୍ରମଣ ବଢ଼ିବାରୁ ସରକାର ସ୍କୁଲ ଗୁଡ଼ିକୁ ବନ୍ଦ କରିଦେଇଥିଲେ । ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ପାଠପଢ଼ା ଯାଉଥିଲା ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..