Report Card Odisha

| Daily Odia News

ମହିଳାଙ୍କ ବିବାହ ବୟସ ହ୍ରାସ ନହେଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହିଳାଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୧୮ ବର୍ଷରୁ ୧୬ବର୍ଷକୁ ହ୍ରାସ ନ କରିବା ଲାଗି ବିଧି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ଋତୁରାଜ ଅଗସ୍ତିଙ୍କ ନେତୃତ୍ବ ୨୨ତମ ବିଧି ଆୟୋଗ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଦେଇଥିବା ରିପୋର୍ଟରେ ଏପରି ପରାମର୍ଶ ଦେଇଛି। ପୋକ୍‌ସୋ ଆଇନ ଅନୁଯାୟୀ ମହିଳାଙ୍କ ସର୍ବନିମ୍ନ ବୟସ ସୀମା ୧୮ବର୍ଷ ରହିଛି । ଏହି ବୟସ ସୀମା ୧୬ବର୍ଷକୁ ହ୍ରାସ କରିବା ଲାଗି ସରକାର ଯୋଜନା କରୁଥିବାବେଳେ ଆୟୋଗ ଏହାକୁ ନାପସନ୍ଦ କରିଛନ୍ତି। ବିବାହ ବୟସ ସୀମା ହ୍ରାସ କରାଯିବା ଦ୍ବାରା ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ ଆୟୋଗ ସରକାରଙ୍କୁ ଚେତାବନୀ ନେଇଛନ୍ତି। ଆୟୋଗ କହିଛନ୍ତି ଯେ ବୟସ ସୀମା ହ୍ରାସ ଦ୍ବାରା ନାବାଳିକା ବିବାହ ଓ ଶିଶୁ ଚାଲାଣ ଭଳି ଅପରାଧକୁ ରୋକିବାରେ ସମସ୍ୟା ସୃଷ୍ଟି ହେବ। ୧୬ରୁ ୧୮ବର୍ଷର ଯୁବତୀଙ୍କ ସହିତ ଯୌନ ସମ୍ପର୍କକୁ ଅପରାଧ ମୁକ୍ତ କରାଗଲେ ପୋକ୍‌ସୋ ଆଇନର ମଧ୍ୟ ଗୁରୁତ୍ବ ହ୍ରାସ ପାଇବ। ଦେଶରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରିବା ସମ୍ପର୍କରେ ବିଧି ଆୟୋଗ (ଲ’ କମିସନ) ପ୍ରସ୍ତୁତ କରିଥିବା ରିପୋର୍ଟରେ ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ବାଦ୍‌ ଦେଇଛନ୍ତି। ବିଧି ଆୟୋଗ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସେଥିରେ କେବଳ ପୁରୁଷ ଓ ମହିଳାଙ୍କ ବିବାହ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ଜଣାଯାଇଛି।

 

Breaking News