Report Card Odisha

| Daily Odia News

ଲକ୍ଷ୍ମୀପୁର ଖେରିରେ ହିଂସା:ଆସିଲା କୃଷକଙ୍କ ପୋଷ୍ଟମର୍ଟମ ରିପୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ହୋଇଥିବା ହିଂସାରେ ମୃତ କୃଷକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଗୁଳିରେ କୌଣସି କୃଷକଙ୍କ ମୃତ୍ୟୁ ହୋଇନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୪ ଜଣ କୃଷକଙ୍କ ମୃତ୍ୟୁ ଘୋଷରା ଜନିତ ଆଘାତରୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କର ମୃତ୍ୟୁ ଠେଙ୍ଗାରେ ପିଟାଯିବା କାରଣରୁ ହୋଇଛି। ତେବେ ରବିବାର ଦିନ ଲକ୍ଷ୍ମୀପୁର ଖେରିରେ ଗାଡ଼ି ମାଡିଯିବାରୁ ୪ କୃଷକ ଓ ପରବର୍ତ୍ତୀ ହିଂସାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହାକୁ ନେଇ ତେଜିଛି ଅସନ୍ତୋଷ । ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି, ଆପ ୟୁପି ସରକାରଙ୍କୁ ଘେରିଛନ୍ତି । ଏହା ସହ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ କୃଷକଙ୍କ ମୃତ୍ୟୁ ଓ ଏହା ପରେ ହୋଇଥିବା ଉତ୍ତେଜନାର ଭିଡିଓ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି । ଆଉ ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଉତ୍ତରପ୍ରଦେଶର କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସମେତ ଅନେକ ନେତା ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଭିଡିଓକୁ ପୋଷ୍ଟ କରିବା ସହିତ ଏହି ଦୁର୍ଘଟଣାକୁ ହତ୍ୟା ବୋଲି ସେମାନେ ଦାବି କରିଛନ୍ତି ।

 

Breaking News