ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି IFS ଅଭୟକାନ୍ତ ପାଠକଙ୍କୁ ମିଳିଥିଲା ସର୍ତ୍ତମୂଳକ ଜାମିନ୍ । ଆଜି ହେଉଛି ଅଭୟ ପାଠକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ୨ଟି ମାମଲାରେ ପଚରାଉଚରା ପାଇଁ ହାଜର ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସ ଦୁର୍ନୀତି ଓ ଚାକିରି ଦେବା ନାଁରେ ଅର୍ଥ କାରବାର ମାମଲାରେ ଅଭୟ ହାଜର ହୋଇଛନ୍ତି । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ କରିଥିଲା ଇଡି । ବିଭିନ୍ନ ଅଭିଯୋଗର ତଦନ୍ତ ପାଇଁ ସମନ ହୋଇଥିଲା। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଅଭୟଙ୍କ ଆକାଉଣ୍ଟକୁ ପୁଅ ଆକାଶଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଯାଇଛି । ୮ କୋଟି ଟଙ୍କାର କାରବାର ନେଇ ଇଡି ଖୋଳତାଡ଼ ଜାରି ରଖିଛି । ଆର୍ଥିକ ନେଣଦେଶ ଉପରେ ଇଡିର ନଜର ରହିଛି । ଅଭୟକାନ୍ତଙ୍କୁ ଜେରା ପରେ ଏକାଧିକଙ୍କୁ ସମନ କରିବ ଇଡି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..