ରିପୋର୍ଟ କାର୍ଡ / ନୂଆପଡ଼ା
ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ। ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଏବେଠାରୁ ନୂଆପଡ଼ାବାସୀ ଡବଲ ଇଞ୍ଜିନ ସରକାରର ବିକାଶ ଦେଖିବେ। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ। ମାତ୍ର ମୁଁ ଏହା ଭିତରେ ନୂଆପଡ଼ା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି। ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ନବୀନ ବାବୁ ଏପରି ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନ କରିବା ଦୁର୍ଭାଗ୍ୟଜନକ। ନୂଆପଡ଼ାବାସୀ ଏହି ଘୃଣ୍ୟ ମନ୍ତବ୍ୟର ଉପଯୁକ୍ତ ଜବାବ ଦେବେ। ବିଜେଡିକୁ ଜିଲା ଭିତରେ ପ୍ରାର୍ଥୀ ମିଳିଲା ନାହିଁ, ବାହାର ଜିଲାରୁ ଆଣିଲେ। ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ କେବେ ଗ୍ରହଣ କରିବେ ନାହିଁ। କଂଗ୍ରେସ, ବିଜେଡି ଗୋଟିଏ ରାସ୍ତାରେ ଅଗ୍ରସର ହେଉଛନ୍ତି। ଏଥର ନୂଆପଡ଼ାରେ ଭାଜପାର ଏକପାଖିଆ ବିଜୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……