ରିପୋର୍ଟ କାର୍ଡ / ନୂଆପଡ଼ା
କଂଗ୍ରେସ ଦଳରେ ଯୋଗ ଦେଇଥିବା କୁଲିଆବନ୍ଧର ୮ ନମ୍ବର ଜୋନରେ ଅନେକ ବିଜେପି ଏବଂ ବିଜେଡି କର୍ମୀଙ୍କୁ ଗୁରୁବାର ପିସିସି ସଭାପତି ଭକ୍ତ ଚରଣ ଦାସ ସ୍ୱାଗତ କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପୂର୍ବତନ ସରପଞ୍ଚ ହୀରାଲାଲ ପଟେଲ ମଧ୍ୟ ତାଙ୍କ ସମର୍ଥକମାନଙ୍କ ସହିତ ଆମ ସହିତ ଯୋଗ ଦେଲେ ଏବଂ ନୂଆପଡା ଉପନିର୍ବାଚନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ସମର୍ଥନ ଜଣାଇଛନ୍ତି। ଭକ୍ତ ଚରଣ ଦାସ କହିଛନ୍ତି, ଆଦିବାସୀ ସଂପ୍ରଦାୟ କଂଗ୍ରେସକୁ ସମର୍ଥନ କରନ୍ତି ଏବଂ ଆଗକୁ ମଧ୍ୟ ସମର୍ଥନ ଜାରି ରଖିବେ । ମିଥ୍ୟା ପ୍ରଚାର ଫସର ଫାଟିଛି । ଆଦିବାସୀଙ୍କୁ ମୋହରା କରି ଘାସିରାମଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନଙ୍କ ପର୍ଦ୍ଦାଫାସ ହୋଇଛି ବୋଲି ସେ କହିଛନ୍ତି।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….