Report Card Odisha

| Daily Odia News

ଆପ ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ଉପରାଜ୍ୟପାଳ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଆମ୍ ଆଦମୀ ପାର୍ଟି ଏବଂ ଏହାର ପାଞ୍ଚଜଣ ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସାକ୍ସେନା ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ଆପ ଏବଂ ଏହାର ଅନେକ ନେତା ତାଙ୍କର ଏବଂ ତାଙ୍କ ପରିବାର ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିବାରେ ରୋକାଯାଉ । ସୂଚନା ଥାଉ କି ଆପ ନେତାମାନେ ଦାବି କରିଥିଲେ ଯେ ଖଦି ଏବଂ ଗ୍ରାମ୍ୟଦ୍ୟୋଗ ଆୟୋଗ ର ଅଧ୍ୟକ୍ଷ ଥିବା ସମୟରେ ସାକ୍ସେନା ୧୪୦୦ କୋଟି ଟଙ୍କାର ଦୁର୍ନୀତିରେ ଜଡିତ ଥିଲେ। ଆଉ ଏହାକୁ ନେଇ ଉପରାଜ୍ୟପାଳ ୨ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି | ସାକ୍ସେନା ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ଯେ ଆପ ଯୋଜନାବଦ୍ଧ ଭାବରେ ଆଇନ ଶୃଙ୍ଖଳା ସଂସ୍ଥା ଦ୍ୱାରା ଗ୍ରହଣ କରାଯାଉଥିବା କାର୍ଯ୍ୟନୁଷ୍ଠାନରୁ ଜନସାଧାରଣଙ୍କ ଧ୍ୟାନ ହଟାଇବାକୁ ଏହି ଅଭିଯୋଗଗୁଡିକ କରାଯାଇଛି। ସେ ଆପ ଏବଂ ଏହାର ନେତା ଅତିଶି, ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ସଞ୍ଜୟ ସିଂ ଏବଂ ଜସ୍ମିନ ଶାହାଙ୍କ ନାମରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି | ଏହା ସହ ସେମାନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପ୍ରସାରିତ ତଥା ପ୍ରକାଶିତ ମିଥ୍ୟା ଓ ଅପମାନଜନକ ପୋଷ୍ଟକୁ ହଟାଇବା ପାଇଁ ଉପରାଜ୍ୟପାଳ ଅନୁରୋଧ କରିଛନ୍ତି | ସାକ୍ସେନାଙ୍କ ଓକିଲ ମଧ୍ୟ ଟ୍ୱିଟର ଏବଂ ୟୁଟ୍ୟୁବରୁ ଟ୍ୱିଟ୍, ପୋଷ୍ଟ, ଭିଡିଓ, କ୍ୟାପସନ୍, ଟ୍ୟାଗଲାଇନ୍ ଡିଲିଟ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି |

Breaking News