Report Card Odisha

| Daily Odia News

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:DFOଙ୍କର ହେଲା ଲାଇ ଡିଟେକ୍ସନ ଟେଷ୍ଟ….

ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗକୁ ଯାଉଛି ସେତେ ନୂଆ ମୁଡ ନେଉଛି | ଏହି ଘଟଣାରେ ନୂଆ ଚେହେରା ସାମ୍ନାକୁ ସୁଥିବା ବେଳେ ଭିନ୍ନ ଭିନ୍ନ ତଥ୍ୟ ମିଳୁଛି | ଶନିବାର ଭୁବନେଶ୍ୱର ଫରେନ୍‌ସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କର ଚାଲିଛି ଲାଇ ଡେଟେକ୍ସନ୍ ଟେଷ୍ଟ କରାଯାଇଛି। ଡିଏଫ୍‌ଓ ଙ୍କୁ  ପ୍ରାୟ ୩ ଘଣ୍ଟା କାଳ ଟେଷ୍ଟରେ ତାଙ୍କୁ ୧୦୦ଟି ପ୍ରଶ୍ନ ପଚରା ଯାଇଥିଲା। ଡିଏଫ୍‌ଓଙ୍କ ସହ ଆଉ ଜଣଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା ଜଣାପଡ଼ିଛି। ଏହି ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ପରେ କ୍ରାଇମବ୍ରାଞ୍ଚ ହାତକୁ ଆସିଛି | ସୌମ୍ୟଙ୍କ ମୃତ୍ୟୁ ପଛରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସଂପୃକ୍ତି ଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖ ରାତିରେ ଏସିଏଫ୍‌ ସୌମ୍ୟରଞ୍ଜନ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସହ କ୍ୱାର୍ଟରରେ ଥିବା ବେଳେ ପୋଡ଼ି ଯାଇଥିଲେ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତେବେ ୧୩ ତାରିଖରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା। ସୋମ୍ୟଙ୍କୁ ଯୋଜନାବଦ୍ଧ ଭାବେ ପୋଡ଼ି ମାରି ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।

 

Breaking News