ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ କଂଗ୍ରେସରେ ଦଳୀୟ ଅନ୍ତଃକନ୍ଦଳ ଲାଗିରହିଥିଲା | ଏଥିରେ ଅତିଷ୍ଠ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂହ | ଶନିବାର ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ପତ୍ର ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଦେଇଥିବା ସୂଚନା ମିଳିଛି । ଇସ୍ତଫା ଦେବା ପରେ ଅମରିନ୍ଦର କହିଛନ୍ତି, ସକାଳୁ ଇସ୍ତଫା ଦେବା ନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଥିଲି । ସରକାର ନ ଚଳାଇ ପାରିବା ନେଇ ମୋ ଉପରେ ସନ୍ଦେହ ଥିଲା । ୨ ମାସ ମଧ୍ୟରେ ୩ ମାସ ଦିଲ୍ଲୀ ଡକାଇ ଥିଲେ । ମୋତେ ଲାଗିଥିଲା ମୋର ଅପମାନ ହୋଇଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ସେମାନେ ଯାହାକୁ ଚାହିଁବେ ମୁଖ୍ୟମନ୍ତ୍ରୀ କରିପାରିବେ । ୫୨ ବର୍ଷର ରାଜନୀତିରେ ଏଭଳି ପରିସ୍ଥିତି କେବେ ଆସିନଥିଲା । ଭବିଷ୍ୟ ରାଜନୀତି ନେଇ ମୋ ପାଖରେ ବିକଳ୍ପ ରହିଛି । ମୋର ସାଥୀ ଶୁଭେଚ୍ଛୁ ଏବଂ ନେତାଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବି । ଅମରିନ୍ଦର କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି କିନ୍ତୁ କଂଗ୍ରେସରେ ରହିଛି । ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସରେ ଗୋଟିଏ ପଟେ ନବଜୋତ ସିଂହ ସିଦ୍ଧୁ ନିଜର ଦବଦବା ଜାହିର କରୁଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠି କ୍ଷମତା ଦଖଲ କରି ବସିଛି । ତେବେ ଯାହାକୁ ନେଇ ସିଦ୍ଧୁ ଗୋଷ୍ଠି ଅସନ୍ତୋଷ ଜାହିର କରି ଆସୁଛନ୍ତି । ଏମିତିକି ସିଦ୍ଧୁ ଅମରିନ୍ଦରଙ୍କୁ ଚେତାବନୀ ମଧ୍ୟ ଦେବାକୁ ପଛାଉ ନଥିଲେ । ଗତ କିଛି ଦିନ ହେବ ମୂଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଯେଉଁଭଳି ଭାବେ ଅପମାନ କରାଯାଉଥିଲା, ତେଣୁ ସେ ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନଥିଲେ ବୋଲି ଚର୍ଚ୍ଚା ହେଉଥିଲା ।
Discussion about this post