Report Card Odisha

| Daily Odia News

ଅତୀକ ଅହମ୍ମଦକୁ ଆଜୀବନ କାରାଦଣ୍ଡ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉମେଶ ପାଲ ଅପହରଣ ମାମଲାରେ ଆଜି ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ମାଫିଆ ଅତୀକ ଅହମ୍ମଦ ସମେତ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏହାର କିଛି ସମୟ ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଅତୀକ ଅହମ୍ମଦର ଭାଇ ଅଶରଫ ଅହମ୍ମଦଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି | ଆଇପିସିର ଧାରା ୩୬୪ଏ ସମେତ ଅନେକ ଧାରାରେ ଅତୀକ ଅହମ୍ମଦ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ତା ଭାଇ ଖାଲିଦ ଅଜିମ ଓରଫ ଅଶରଫଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି | ଉଲ୍ଲେଖ ଯୋଗ୍ୟ- ଜାନୁଆରୀ ୨୫, ୨୦୦୫ରେ ବିଏସପି ବିଧାୟକ ରାଜୁ ପାଲଙ୍କୁ ହତ୍ୟା ପରେ ତତ୍କାଳୀନ ଜିଲ୍ଲା ପଞ୍ଚାୟତ ସଦସ୍ୟ ଉମେଶ ପାଲ ଏହି ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ବୋଲି ପୋଲିସ କୁ କହିଥିଲେ। ଉମେଶ ଅଭିଯୋଗ କରିଥିଲେ ଅତୀକ ଅହମ୍ମଦର ଚାପ ସାମ୍ନାରେ ସେ ମୁଣ୍ଡ ନୁଆଁଇବାକୁ ମନା କରିବାରୁ ଫେବୃଆରୀ ୨୮, ୨୦୦୬ରେ ଅପହରଣ କରାଯାଇଥିଲା | ଏହି ମାମଲାରେ ଜୁଲାଇ ୫, ୨୦୦୭ରେ ଅତୀକ ଅହମ୍ମଦ, ତାଙ୍କ ଭାଇ ଏବଂ ଚାରି ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ କୋର୍ଟରେ ଉପସ୍ଥାପିତ ହୋଇଥିବା ଚାର୍ଜସିଟରେ ୧୧ ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ ଥିଲା | ଏହି ମାମଲାରେ ଅଶରଫ ଅହମ୍ମଦ, ଫରହାନ, ଜାଭେଦ, ଇସାର, ଆସିଫ ମଲ୍ଲୀ ଏବଂ ଅନସର ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ। ତେବେ ଅଭିଯୁକ୍ତ ଅନସରଙ୍କ ମୃତ୍ୟୁ ହୋଇସାରିଛି ।

Breaking News