ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ବି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ। ଗତକାଲିଠୁ ଉପବାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ। ମନ୍ଦିର ପ୍ରଶାସନ ସହ ବୈଠକ ପରେ ସ୍ଥିତି ସ୍ୱାଭାବିକ ହୋଇପାରେ ବୋଲି କୁହାଯାଉଛି। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ପୁନର୍ବାର ବିଭ୍ରାଟ ଘଟିଛି। ଗତକାଲି ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତି ହୋଇ ପାରିନାହିଁ। ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ ଦୂରେଇ ରହିଛନ୍ତି। ଅନ୍ୟପଟେ ବଡ଼ୁ ନିଯୋଗ କରିଆସୁଥିବା ନୀତି ଚାଲୁ ରଖିଥିବା ବେଳେ ସାହାଣମେଲା ଦର୍ଶନ ଜାରି ରହିଛି। ତେବେ ୧୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ, ଦେବୋତ୍ତର କମିସନର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।






More Stories
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..