ରିପୋର୍ଟ କାର୍ଡ / ଆଠଗଡ଼
ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି। ଆଠଗଡ ତିଗିରିଆ ବିଟ୍ ଅଂଶୁପା ରାସ୍ତା ପେଟ୍ରୋଲପମ୍ପ ନିକଟ ଜଙ୍ଗଲରୁ ହାତୀର ମୃତଦେହ ଠାବ ହୋଇଛି। ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଜଣାପଡିଛି। ୨ କିମ୍ବା ୩ ଦିନ ତଳୁ ହାତୀର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ହାତୀର ମୃତଦେହ ଠାରୁ କିଛି ଦୂରରେ ଏକ ବାର୍ହାର ମୃତଦେହ ପଡିରହିଛି। ବନ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..