ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀଲିଙ୍ଗରାଜ ମନ୍ଦିରେ ଭକ୍ତଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ହୋଇଛି। କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି ସମୟରେ ସେବାୟତଙ୍କ ଦ୍ୱାରା ମନ୍ଦିରରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ବିଧି ଅନୁସାରେ କରାଯିବ । ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କୋଭିଡ୍ ଗାଇଡ୍ ଲାଇନ ଭିତରେ ହେବ ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପଇସାରିଛି | ଗତ ଜାନୁଆରୀ ୬ରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିଲା । ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଭୁବନେଶ୍ୱର ମହାନଗର ନିଗମ ଅନୁମତି ପ୍ରଦାନ କରିଥିଲା । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଥିଲେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଥିଲା ।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….