Report Card Odisha

| Daily Odia News

ଲିଭ ଇନ ରିଲେସନଶିପ କୁ ନେଇ ରାୟ ଦେଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପୁଣି ରିଲେସନଶିପ କୁ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ | ଯଦି ଯୁବକ ଏବଂ ଯୁବତୀ ଦୀର୍ଘ ସମୟ ଧରି ଏକାଠି ରୁହନ୍ତି ଏବଂ ପରବର୍ତ୍ତୀ ସମୟରେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୁଏ ତେବେ ଏମିତି କ୍ଷେତ୍ରରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ। ଅନେକ ସମୟରେ ଯୁବକ ଯୁବତୀ ଏକାଠି ରହିବା ପରେ କୌଣସି କାରଣବଶତଃ ଦୁହିଁଙ୍କ ସଂପର୍କ ବିଗିଡି ଯାଉଛି। ପୁଣି ମହିଳା ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣୁଛନ୍ତି। ଅନେକ ଥର ତ ଏମିତି ଅଭିଯୋଗ ଲଗାଯାଏ ଯେ, ଯୁବକ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ। ମାତ୍ର ସୁପ୍ରିମକୋର୍ଟଙ୍କ କହିବା କଥା ଏମିତି କ୍ଷେତ୍ରରେ ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ କି ମୋକଦ୍ଦମା ବି ଚଲା ଯାଇ ପାରିବ ନାହିଁ। ସଦ୍ୟତମ ଘଟଣା ହେଉଛି ରାଜସ୍ଥାନର। ଜଣେ ମହିଳା ଏବଂ ପୁରୁଷ ଚାରି ବର୍ଷ ଧରି ଏକାଠି ରହୁଥିଲେ। ଉଭୟ ବିବାହ କରିନଥିଲେ। ଉଭୟଙ୍କ ଔରସରୁ ଗୋଟିଏ ଝିଅ ମଧ୍ୟ ଅଛି। ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ସଂପର୍କ ଖରାପ ହେବା ପରେ ମହିଳା ଜଣକ ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ରାଜସ୍ଥାନ ହାଇକୋର୍ଟ ପୁରୁଷଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର ହାଇକୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ଏବଂ ପୁରୁଷଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଦେଶରେ କହିଛନ୍ତି ଯଦି ପୁରୁଷ ଏବଂ ମହିଳା ଏକତ୍ର ରହୁଛନ୍ତି। ଯଦି ସଂପର୍କରେ ଫାଟ ସୃଷ୍ଟି ହୁଏ ତେବେ ଏଥିରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ।

 

Breaking News