Report Card Odisha

| Daily Odia News

ଗୋଧି ସହିତ ଗଣଦୁଷ୍କର୍ମ କରି ୪ ଗିରଫ……

ରିପୋର୍ଟ କାର୍ଡ / ମହାରାଷ୍ଟ୍ର

ମହାରାଷ୍ଟ୍ରର ଗୋଥାନେ ଗ୍ରାମ ନିକଟ‌ବର୍ତ୍ତୀ ‘ସହ୍ୟାଦ୍ରୀ ବ୍ୟାଘ୍ର ସଂରକ୍ଷଣ’ ଅରଣ୍ୟ ଗାଭା ଅଞ୍ଚଳରେ ଗୋଟାଏ ଗୋଧି ସହିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି | ଏନେଇ ବୁଧବାର ଦିନ ବନବିଭାଗର ଜଣେ କର୍ମଚାରୀ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସନ୍ଦୀପ ତୁକ୍‌ରାମ୍‌, ପାୱାର ମଙ୍ଗେସ୍‌, ଜନାର୍ଦ୍ଦନ କା‌ମ୍‌ତେକର୍‌ ଏବଂ ଅକ୍ଷୟ ସୁନୀଲ। ମହାରାଷ୍ଟ୍ର ବନ ବିଭାଗ ଅଭିଯୁକ୍ତମାନଙ୍କ ମୋବାଇଲ୍‌ ଫୋନ୍‌ ଯାଞ୍ଚ କରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ଅଭିଯୁକ୍ତମାନେ ଉକ୍ତ ଗୋଧି ସହିତ ଗଣଦୁଷ୍କର୍ମ କରୁଥିବାର ଦୃଶ୍ୟ ଜଣକ ମୋବାଇଲ୍‌ ଫୋନ୍‌ରେ ରେକର୍ଡିଙ୍ଗ୍‌ ହୋଇଥିବା ଭିଡିଓରେ ବନ ବିଭାଗ କର୍ମଚାରୀମାନେ ଦେଖିଛନ୍ତି। ସାଙ୍ଗଲି ସଂରକ୍ଷଣ ଜଙ୍ଗଲରେ ନିଯୁକ୍ତ ବନ ଅଧିକାରୀମାନେ ‘ସିସିଟିଭି ଫୁଟେଜ୍‌’ ସହାୟତାରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ। ସେମାନେ ବେଆଇନ ଭାବେ ଚାନ୍ଦୋଲି ଜାତୀୟ ଉଦ୍ୟାନରେ ବୁଲାବୁଲି କରୁଥିବାର ଦୃଶ୍ୟ ଫୁଟେଜ୍‌ରେ ଥିଲା। ସେମାନଙ୍କ ମଧ୍ୟରୁ ଜଣକ ହାତରେ ବନ୍ଧୁକ ଥିଲା। ଅଭିଯୁକ୍ତମାନଙ୍କ ବିଷୟରେ ଅଧିକ ସୂଚନା ଦେଇ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ଶିକାର ନିମନ୍ତେ ୩ଜଣ ଅଭିଯୁକ୍ତ କୋଙ୍କଣରୁ କୋହ୍ଲାପୁରର ଚାନ୍ଦୋଲି ଗ୍ରାମକୁ ଆସିଥିଲେ। ଏଭଳି କାଣ୍ଡ ଦେଖି ଆଚମ୍ବିତ ହୋଇଯାଇଥିବା ବନ ବିଭାଗ କର୍ମଚାରୀମାନେ ‘ଆଇପିସି’କୁ ଆଧାର କରି ଅଭିଯୁକ୍ତମାନଙ୍କ ବିରୋଧରେ ଦଫା ଲଗାଇବେ। ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ସୂଚନାଯୋଗ୍ୟ, ‘ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨’ ଅନୁସାରେ, ଗୋଧିକୁ ସଂରକ୍ଷିତ ପ୍ରଜାତିର ପ୍ରାଣୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତମାନଙ୍କୁ ୭ ବର୍ଷ ଜେଲ୍‌ ହୋଇପାରେ।

Breaking News