ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକ ଜନଶକ୍ତି ପାର୍ଟି ନେତା ଅନୱର ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ସେଲୁନରେ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ହତ୍ୟା କରିଛନ୍ତି। ବିହାରର ଗୟାରେ ଏପରି ଘଟଣା ଘଟିଛି। ଅନୱର ହେଉଛନ୍ତି ପଶୁପତି କୁମାର ପାରସ ଗୋଷ୍ଠୀର ସଦସ୍ୟ। ଏଲଜେପି ଶ୍ରମିକ ସେଲର ରାଜ୍ୟ ସଭାପତି ହେଉଛନ୍ତି ଅନୱର। ସେ ଆଜି ଗୋଟିଏ ସେଲୁନ ଭିତରେ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ ଯୋଗେ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଲୋକମାନେ ତୁରନ୍ତ ସ୍ଥାନ ଛାଡ଼ି ଦେଇଥିବା ବେଳେ ଦୋକାନୀମାନେ ଶଟର ପକାଇ ଚାଲି ଯାଇଥିଲା। ଘଟଣା ବିରୋଧରେ ଅନୱରଙ୍କ ପରିବାର ଲୋକ ଓ ସମର୍ଥକମାନେ ଜାତୀୟ ରାଜପଥ ୮୨ରେ ବେଶ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..