Report Card Odisha

| Daily Odia News

ଆଉ ବଢ଼ିବନି ଲୋନ୍‌ ମୋରେଟୋରିୟମ, ରାୟ ଶୁଣାଇଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଉ ବଢ଼ିବନି ଲୋନ୍‌ ମୋରେଟୋରିୟମ। ଋଣ ଗ୍ରହିତା ସେମାନଙ୍କ ଋଣ କିସ୍ତି ଏଣିକି ନିୟମିତ ପ୍ରଦାନ କରିବେ।   ଏହି ସମୟ ମଧ୍ୟରେ ଯେଉଁ ସୁଧ ବୃଦ୍ଧି ପାଇଛି ତାହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇ ପାରିବ ନାହିଁ। ଏହି ରାୟରେ ସମସ୍ତ ପ୍ରକାରର ଋଣ ଛାଡ ନକରିବାକୁ ସୁପ୍ରିମକୋର୍ଟ କୋର୍ଟ ପ୍ରକାଶ କରିଛନ୍ତି। ରାୟ ଆସିବା ପରେ ବ୍ୟାଙ୍କଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ପୂରା ଋଣ ଛାଡ କରିବାକୁ କୋର୍ଟରେ ଆବେଦନ କରିଥିବା ବଡ଼ ବଡ଼ ଶିଳ୍ପପତି ଓ ରିଅଲ ଇଷ୍ଟେଟ୍ କମ୍ପାନିଗୁଡ଼ିକୁ ଶକ୍ତ ଧକ୍କା ଲାଗିଛି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର. ଭୂଷଣ ରେଡ୍ଡୀ ଓ ଜଷ୍ଟିସ ଏମ.ଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ କହିଛନ୍ତି କି କରୋନା ମହାମାରୀ ବେଳେ କେବଳ କମ୍ପାନି ନୁହେଁ, ସରକାର ବି ଅନେକ କ୍ଷତି ସହିଛନ୍ତି । ଏହାସହ ଅର୍ଥନୈତିକ ନୀତିକୁ ନେଇ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ । ସରକାର ଓ ଆରବିଆଇ ଉପରେ ଚାପ ପକାଇବାରେ କୋର୍ଟର କୌଣସି ଅଧିକାର ନଥିବା କଥା କୁହାଯାଇଛି । ଅନ୍ୟପଟେ ଏହି ମାମଲାରେ ସରକାରଙ୍କ ତରଫରୁ କୋର୍ଟରେ ଏକ ଉଲ୍ଲେଖନାମା ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ସରକାର ମହାମାରୀ ବେଳେ ବିଭିନ୍ନ ସେକ୍ଟରରେ କୋହଳ କରିଛନ୍ତି । ଆଉ ଅଧିକ କୋହଳ ସମ୍ଭବ ନୁହେଁ । କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ ମଧ୍ୟମ ସେକ୍ଟରରେ ରିହାତି ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ ।

Breaking News