Report Card Odisha

| Daily Odia News

୧୨ ସହରରେ ସବୁ ରବିବାର ଲକଡାଉନ୍ ଲାଗୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ଭାଇରସ ପୁଣି କାୟା ବିସ୍ତାର କରିବାରେ ଲାଗିଛି । କରୋନା ମୁକାବିଲା ପାଇଁ ଟିକାକରଣ ଅଭିଯାନ ଚାଲିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ମହାରାଷ୍ଟ୍ର ସମେତ ରାଜଧାନୀ ଦିଲ୍ଲୀରେ ହୁହୁ ହୋଇ ସକ୍ରିୟ ମାମଲା ବଢିଚାଲିଛି । ସଂକ୍ରମଣ ରୋକିବାକୁ ମହାରାଷ୍ଟ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଥିବା ବେଳେ କାର୍ଯ୍ୟକ୍ରମରେ ଅତିଥିଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିଛନ୍ତି । ସେହିପରି ମଧ୍ୟ ପ୍ରଦେଶ ସରକାର ମଧ୍ୟ ରାଜ୍ୟର ଅନେକ ସହରରେ ପୂର୍ଣ୍ଣ ଲକଡାଉନ୍ ଲାଗୁ କରିଛନ୍ତି । ରାଜ୍ୟର ଅନେକ ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ଶନିବାର ଭୋପାଳ ଜିଲ୍ଲା ପ୍ରଶାସନ ସହରର ୨୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରିଛି । ୨୦ଟି ଘର ଓ ଅଞ୍ଚଳକୁ ପ୍ରବେଶ ନିଷେଧ କରାଯାଇଥିବା ବେଳେ ଏଠାକେ ରହୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି । ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଜବଲପୁର, ରତଲାମ, ଖରଗୋନ୍, ଛିନ୍ଦଓ୍ୱାଡା, ବୈତୁଲ, ବିଦିଶା, ଉଜ୍ଜୟୀନ, ଗ୍ୱାଲିଅର, ନରସିଂହପୁର ଓ ସୌସରରେ ପ୍ରତି ରବିବାର ପୂର୍ଣ୍ଣ ଲକଡାଉନ୍ ରହିବ । ସୂଚନାଯୋଗ୍ୟ, ଶନିବାର ମଧ୍ୟପ୍ରଦେଶରେ ୨୧୪୨ଟି ମାମଲା ସାମ୍ନାକୁ ଆସିଥିଲା । ଏହାସହ ୧୦ ଜଣ ଆକ୍ରାନ୍ତ ପ୍ରାଣ ମଧ୍ୟ ହରାଇଥିଲେ । ରାଜ୍ୟରେ ଏବେ କରୋନାରେ ୧୨ ହଜାର ୯୯୫ଟି ସକ୍ରିୟ କେସ୍ ଥିବା ବେଳେ ପଜିଟିଭିଟି ହାର ୮ ପ୍ରତିଶତରେ ପହଁଚିଛି ।

Breaking News