ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଇଦିନ ଅସନ୍ତୋଷ ପରେ ଆଜି ବାଚସ୍ପତି ଚେୟାରରେ ଓମ ବିର୍ଲା ବସିଛନ୍ତି | ଅପରାହ୍ନ ୨ଟାରେ ଗୃହର ପ୍ରକ୍ରିୟା ଆରମ୍ଭ ହୋଇଛି। ଶାସକ ଦଳର ଏମ୍ପି ତଥା ବିରୋଧୀ ଦଳ ତାଙ୍କୁ ଭେଟି ଗୃହର ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବିରୋଧୀ ଦଳର ସମସ୍ତ ଏମ୍ପି ଗୋଟିଏ ସ୍ବରରେ ଗୃହର ମର୍ଯ୍ୟଦା ଏବଂ ଆସନର ସମ୍ମାନ ଦେବା ପାଇଁ ଆଶ୍ୱାସନା ଦେଇଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଏମ୍ପିମାନଙ୍କୁ ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିବାକୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ଓମ ବିର୍ଲା କହିଥିଲେ ଯେ, ଗୃହରେ ଶୃଙ୍ଖଳା ପୁନଃ ସ୍ଥାପିତ ନ ହେବା ପର୍ଯ୍ୟନ୍ତ ସେ ବାଚସ୍ପତି ଚେୟାରରେ ବସିବେ ନାହିଁ। ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଉଭୟ ଶାସକ ଦଳ ଏବଂ ବିରୋଧୀଙ୍କୁ ସୂଚନା ଦେଇଥିଲେ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..