ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ଦ୍ଵିତୀୟ ଦିନରେ ୧୧ଟାରେ ଅଧିବେଶନ ଆରମ୍ଭ ହେବା ପରେ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିବା ଜଣାପଡିଛି | ଅନ୍ୟପକ୍ଷରେ ବିଜେପି ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କ ଉପରେ ବର୍ଷିଛନ୍ତି | ଟିକାକୁ ନେଇ ବିରୋଧୀ ରାଜନୀତି କରୁଥିବା କହିବା ସହ କହିଛନ୍ତି ଯେ, ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ଥିଲା | କିନ୍ତୁ ଟିକା ଉପଲବ୍ଧ ଥାଇ ବି ବିରୋଧୀ ଦଳମାନେ ଏହାକୁ ନେଇ ରାଜନୀତି କରିଥିଲେ | କଂଗ୍ରେସ ଦଳକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଦଳ ଦେଶର ଦୁଇ କିମ୍ବା ତିନୋଟି ରାଜ୍ୟରେ କ୍ଷମତା ହାସଲ କରି ପାରିଛି, ସେ ବିଜେପିର ସଫଳତାକୁ ହଜମ କରିପାରୁନାହିଁ |






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..