Report Card Odisha

| Daily Odia News

ଅରୁଣାଚଳ ପ୍ରଦେଶରରେ ପୁଣି ହେବ ନିର୍ବାଚନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅରୁଣାଚଳ ପ୍ରଦେଶର ୮ଟି ବୁଥରେ ପୁଣି ହେବ ନିର୍ବାଚନ। ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶରେ ଭୋଟିଂ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ଅନେକ ସ୍ଥାନରେ ହିଂସା ଓ ଭଙ୍ଗରୁଜା ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଏଠାକାର ୮ଟି ବୁଥରେ ପୁଣି ଥରେ ମତଦାନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୨୪ ତାରଖରେ ଏଠାରେ ପୁଣିଥରେ ଭୋଟିଂ କରାଯିବ। ଏପ୍ରିଲ ୧୯ରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହି ସମୟରେ କିଛି ମତଦାନ କେନ୍ଦ୍ରରେ ଅସଦାଚରଣ, ଭଙ୍ଗାରୁଜା, ଭୋଟ୍ ହିଂସା ଏବଂ ଇଭିଏମ୍ ଛଡ଼ାଇ ନେବାକୁ ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ଏବେ ପୁଣି ଥରେ ଏଠାରେ ମତଦାନ ନିର୍ଦ୍ଦେଶ ଦିଆଯାଇଛି।

 

Breaking News