Report Card Odisha

| Daily Odia News

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୧୩ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ସାମ୍ବାଦିକ ମାନେ ଲୋକସେବା ଭବନକୁ ଯିବା ଉପରେ କଟକଣା ଲଗାଇଥିଲେ ବିଜେଡି ସରକାର। ୨୦୨୦ ମାର୍ଚ୍ଚ ମାସ କରୋନା କାଳରୁ ଏହି କଟକଣା ଲାଗିରହିଥିଲା। ଏହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ କରିବା ସହ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିବା ଉଚିତ ବୋଲି ଦାବି କରିଥିଲା। ଜୁନ ୧୨ରେ ରାଜ୍ୟରେ ବିଜେପି ସରକାର ଗଠନ ହେବ। ୧୨ରେ ନୂଆ ସରକାର ଶପଥ ନେବା ପରେ ୧୩ରେ ସାମ୍ବାଦିକ ମାନଙ୍କ ଲାଗି ଲୋକସେବା ଭବନ ଖୋଲା ରହିବ।

Breaking News