Report Card Odisha

| Daily Odia News

ଆଜି ପୁଣି ମୋ ବସ୍‌ରେ ଲୁଟ୍….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପୁଣି ‘ମୋ ବସ୍‌’ରୁ ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି | ଏହି ଘଟଣା ନେଇ ଛାତ୍ରୀ ଦ୍ୱୟ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ କରୁଛି। ରୁଟ୍ ନମ୍ବର ୧୬ରେ ଯାଉଥିବା ଏକ ମୋ ବସ୍‌ରେ ଦୁଇଟି ମୋବାଇଲ୍ ଲୁଟ୍ ହୋଇଛି। ଜଣେ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରୁ ବସ୍‌ରେ ଚଢ଼ିଥିଲେ। ସେ ପଳାଶୁଣି ଯାଉଥିଲେ। ତେବେ ବାଟରେ ତାଙ୍କ ବ୍ୟାଗ୍‌ର ଚେନ୍ ଖୋଲି କେହି ମୋବାଇଲ୍ ନେଇ ଯାଇଥିଲେ। ସେହିପରି ଅନ୍ୟ ଜଣେ ଛାତ୍ରୀ ବାଣୀବିହାର ଛକରୁ ଏହି ବସ୍‌ରେ ଚଢ଼ିଥିଲେ। ସେ ବି ପଳାଶୁଣି ଯାଉଥିଲେ। ତେବେ ତାଙ୍କର ବି ମୋବାଇଲ୍ ଚୋରି ହୋଇଯାଇଥିଲା। ଉଲ୍ଲେଖ ଯୋଗ୍ୟ-ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା

Breaking News